ମଧୁଛନ୍ଦା ସାରସ୍ୱତ ଗ୍ରୁପ୍ ର ଅନଲାଇନ୍ କବିତା ଆସର

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠାର ଉଦୀୟମାନ ଯୁବକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ଦ୍ୱାରା ଗଠିତ ସ୍ପ୍ରେଡ୍ ହାପିନେସ୍ ଫାଉଣ୍ଡେସନ୍ ଅନୁଷ୍ଠାନର ମଧୁଛନ୍ଦା ସାରସ୍ୱତ ଗ୍ରୁପ୍ ର ଶାରଦୀୟ ପାର୍ବଣ ଉପଲକ୍ଷେ ‘ନାରୀ ତୁହି ନାରାୟଣୀ, ଶକ୍ତି ସ୍ୱରୂପିଣୀ’ ଶୀର୍ଷକରେ ଏକ ଅନଲାଇନ୍ କବିତା ଆସର ଅନୁଷ୍ଠିତ ହୋଇଯାଇଛି I ଅନୁଷ୍ଠାନ ଅଧ୍ୟକ୍ଷ ସୌମ୍ୟରଞ୍ଜନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆସରରେ ପ୍ରମୁଖ ଅତିଥି ଭାବେ ଅନୁଷ୍ଠାନ ଉପସଭାପତି ମ୍ୟାଡ଼ମ ବୈଜୟନ୍ତୀ,ସମ୍ପାଦକ ଜନ୍ମେଜୟ ବିଶ୍ବାଳ, ଓଡ଼ିଶା ସଂଯୋଜକ ତ୍ରିନାଥ ବେହେରା ଯୋଗ ଦେଇ କବିତା ପାଠ କରିଥିବା କବି କବୟିତ୍ରୀଙ୍କୁ ଉତ୍ସାହିତ କରିଥିଲେ I ଅନୁଷ୍ଠାନର ଓଡ଼ିଶା ସଂଯୋଜକ ତ୍ରିନାଥ ବେହେରା ଅତିଥି ପରିଚୟ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ I ଅନୁଷ୍ଠାନ ସମ୍ପାଦକ ଜନ୍ମେଜୟ ବିଶ୍ବାଳଙ୍କ ସଂଯୋଜନାରେ କବି ଅରୁଣ କୁମାର ମହାପାତ୍ର, କାଳୀ ଚରଣ ନାୟକ, ସୁଦାମ ଦଳବରା,ରତିକାନ୍ତ ବେହେରା, ଶିଶିର କୁମାର ସ୍ୱାଇଁ, ତ୍ରିନାଥ ବେହେରା, ଅଶୋକ କୁମାର,ନିକୁଞ୍ଜ କୁମାର ଘୋଷ,ଅଶୋକ କୁମାର ସାହୁ,ରଞ୍ଜନ ପଣ୍ଡା, ପବିତ୍ର ସାହୁ, ରବି ନାରାୟଣ,ପ୍ରିୟମ୍ବଦା ସାମଲ୍ ପ୍ରମୁଖ କୋଡ଼ିଏରୁ ଊର୍ଦ୍ଧ୍ଵ କବି କବୟିତ୍ରୀ ନିଜର ସ୍ଵରଚିତ କବିତା ପାଠ କରିଥିଲେ I ଏହି ଅବସରରେ ଅନୁଷ୍ଠାନର ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଏକ ଆଲୋଚନା ହୋଇଥିଲା I ଖୁବ ଶୀଘ୍ର ଅନୁଷ୍ଠାନ ପକ୍ଷରୁ ଭୂବନେଶ୍ଵର କିମ୍ବା ବ୍ରହ୍ମପୁରରେ ଏକ ରାଜ୍ୟ ସ୍ତରୀୟ କବି ସମାବେଶ ଆୟୋଜନ କରାଯାଇ ରାଜ୍ୟର କବି ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ଅନୁଷ୍ଠାନ ଅଧ୍ୟକ୍ଷ ଶ୍ରୀ ମହାପାତ୍ର ପ୍ରକାଶ କରିଥିଲେ I କାର୍ଯ୍ୟକ୍ରମ ଶେଷରେ କବି ଶିଶିର କୁମାର ସ୍ୱାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ