ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ୪୩ତମ ଶ୍ରାଦ୍ଧ ଦିବସ ଅନୁଷ୍ଠିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ମହାନ ସ୍ୱାଧୀନତା ସଂଗ୍ରାମୀ, ବିପ୍ଳବୀ, ଦଳିତ, ଶୋଷିତ, ଅବହେଳିତ ବ୍ୟକ୍ତିମାନଙ୍କର ଆଦର୍ଶ ତଥା ଗାନ୍ଧିବାଦୀ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ୪୩ତମ ଶ୍ରାଦ୍ଧଦିବସ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ତଥା ଓଡ଼ିଆ ଭାଷା, ସାହିତ୍ୟି, ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ମାଷ୍ଟର କ୍ୟାଂଟିନ୍ ସ୍ଥିତ ପ୍ରତିମୂର୍ତି ସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ ସହ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ତଥା ଅଧ୍ୟକ୍ଷ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ପ୍ରଦ୍ୟୁମ୍ନ ଶତପଥୀଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ପ୍ରଫୁଲ୍ଲ ସାମଲ, ସମ୍ମାନିତ ଅତିଥି ଭାବେ ଅନୁସଚିବ ଲକ୍ଷ୍ମୀଧର ବେହେରା ଯୋଗଦେଇ ମତବ୍ୟକ୍ତ କରିଥିଲେ ଯେ ଲୋକ ନାୟକ ଥିଲେ ଏକାଧାରରେ ଜଣେ ଅହିଂସାବାସୀ, ସତ୍ୟାଗ୍ରହୀ ତଥା ସାଧାରଣ ଜନତାଙ୍କ ସ୍ୱରକୁ ଉତ୍ଥାପନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଭାରତଛାଡ଼ ଆନ୍ଦୋଳନରେ ନିଜକୁ ସମର୍ପିତ କରିବା ସହ ସମାଜବାଦୀ ମଂଚ ସୃଷ୍ଟି କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସମାଜସେବୀ ସଂଜୟ ପରିଡ଼ା, ଆଲୋକ ସ୍ୱାଇଁ, ନରେନ ସାହୁ, କବିତା ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।