ମୋହନାରେ ଡେ଼ଙ୍ଗୁ ପାଦୃଭାବ ସଚେତନ କଲେ ଜିଲ୍ଲା ସ୍ବାସ୍ଥ୍ୟ ଟିମ

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନାରେ ଏବେ ବି ଡେଙ୍ଗୁର ପଦ୍ରୁଭାବ ଜାରି ରହିଥିବା ବେଳେ ଲୋକ ଙ୍କ ମନରେ କୋକୁଆ ଭୟ ରହିଛି କିଛି ମାସ ମଧ୍ୟରେ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଡେଙ୍ଗୁ ନିରାକରଣ ପାଇଁ ସ୍ଥିତି ଅନୁଧ୍ୟାନ କରିଛନ୍ତି ଜିଲ୍ଲା ଅତିରିକ୍ତ ଜନ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଡାକ୍ତର ଏମ.ଅଲ୍ଲୀ । ବିଡିଓ ତାପସ୍ୱିନୀ ହାଁସଦାଙ୍କ ପ୍ରତକ୍ଷ ତତ୍ତ୍ୱାବଧାନରେ ଜିଲ୍ଳା ଭିଭିଡ଼ିର ପରାମର୍ଶଦାତା ସିଦ୍ଧାର୍ଥ ଶଙ୍କର ଦାସଙ୍କ ସମେତ ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନବାଡ଼ି କର୍ମୀ ଓ ଆଶା କର୍ମୀମାନେ ମୋହନା ପାତ୍ର ସହି, ନାୟରଣ ନଗର, ଜଗନ୍ନାଥ ସାହି ଆଦି ସାହି ଗସ୍ତ କରି ଡେଙ୍ଗୁ ସଚେତନ ମାଇକ ଜରିଆରେ ପ୍ରଚାର କରିବା ସହ ନାଳ ନର୍ଦମାଗୁଡିକରେ ଟେମିଫସ ଔଷଧ ଛିଞ୍ଚନ କରିଥିଲେ । ପରିବେଶ ସଫା ରଖିବା ସହ ପାଣି ଜମା ନ କରିବାକୁ ଜନସାଧାରଣଙ୍କୁ ସଚେତନ କରାଯାଇଛି । ସାଇ ପରିଦର୍ଶନ ସମୟରେ ଗ୍ରାମ ର କିଛି ଯୁବକ ମାନଙ୍କ ସହ ଆଲୋଚନା କରିଥିଲେ ସ୍ୱାସ୍ଥ୍ୟ ଟିମ୍ ଓ ବିଡ଼ିଓ ଙ୍କ ଶହ ଯାହାକି ମୋହନା ପାତ୍ର ସାହି ରେ ଦୀର୍ଘ ବର୍ଷ ହେଲା ଡ୍ରେନେଜ ବ୍ୟବସ୍ଥା ନଥିବାରୁ ନାଳ ନର୍ଦମାର ପାଣି ଜମି ରହୁଛି ରାସ୍ତା ରେ ଯାହାକୁ ନେଇ ବିଭିନ୍ନ ରୋଗର ଆକ୍ରାନ୍ତ ଶିକାର ହେବାକୁ ପଡୁଛି ତେଣୁ ତୁରନ୍ତ ଡ୍ରେନ ନିର୍ମାଣ ସହ ସଫାସୁତୁରା କରିବାକୁ ଦାବି ହୋଇଛି ଅନ୍ୟ ପକ୍ଷୟ ରେ ଘର ଗୁଡିକ ରେ ଜମା ରଖିଥିବା ପାଣି ଡ୍ରମ ଗୁଡ଼ିକ ଖାଲି କରିଥିଲେ ସ୍ବାସ୍ଥ୍ୟ ଟିମି ମୋହନା ଉନ୍ନୟନ ପରିଷଦ ପକ୍ଷରୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଡେଙ୍ଗୁ ନିୟନ୍ତ୍ରଣ ପାଇଁ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ