ଲଘୁଚାପ ଜନିତ ବର୍ଷା ଯୋଗୁଁ ରାସ୍ତା ଉପରେ ପଡ଼ିଲା ବଡ଼ ତେନ୍ତୁଳି ଗଛ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୁମ୍ମା ଅଞ୍ଚଳରେ ଲଘୁଚାପ ଜନିତ ବର୍ଷା କିଛି ଦିନ ହେଲା ଲାଗି ରହିଛି। ଏହାର ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷାର ପରିମାଣ ବୃଦ୍ଧି ପାଇଛି। ଫଳରେ ଗୁମ୍ମା ବ୍ଲକ ଅନ୍ତର୍ଗତ ବି.କଳାକଟ ପଞ୍ଚାୟତର ତୁମକର ଠାରୁ ତାରମଙ୍ଗଡ଼ା ମୁଖ୍ୟ ରାସ୍ତା ଉପରେ ଏକ ବଡ଼ ତେନ୍ତୁଳି ଗଛ ଉପୁଡ଼ି ପଡ଼ିଯାଇଛି। କିଛି ଦିନର ଲଗାଣ ବର୍ଷା ପବନ ହେବା ଫଳରେ ମଙ୍ଗଳବାର ବିଳମ୍ବିତ ରାତି ୧:୩୦ ସମୟରେ ଏହି ଗଛ ପଡିଯାଇଥିଲା।ଏହି ରାସ୍ତା ଉପରେ ଅନେକ ଗ୍ରାମ ନିର୍ଭରଶୀଳ। ମୂଖ୍ୟତଃ ଏହି ଅଞ୍ଚଳରେ ବହୁ ସମୟରେ ଭୂସ୍ଖଳନ ହୋଇଥିଲା ତେଣୁ ଏହି ଗାଁ ଗୁଡ଼ିକରେ ପୂର୍ବରୁ ମାଟି ଅତଡ଼ା ଖସିଥିଲା। ରାସ୍ତାରେ ଗଛ ପଡ଼ିଥିବା ପରେ ସ୍ଥାନୀୟ ସରପଞ୍ଚ ଶୁଭନିତା ରଇତ ଗୁମ୍ମା ଅଗ୍ନିଶମ ବିଭାଗକୁ ଜଣାଇଥିଲେ।ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ଦୀର୍ଘ ୭ଘଣ୍ଟାର ପରିଶ୍ରମ ପରେ ରାସ୍ତା ଉପରରୁ ଗଛ ହଟାଇଥିଲେ ସେପଟେ ଗଛ ମୂଳ ଭାଗ ବଡ଼ ଥିବାରୁ ରାସ୍ତା ଅବରୋଧ ହୋଇଥିଲା। ପରେ ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ତହସିଲଦାର ଙ୍କୁ ଜଣାଇଥିଲେ। ଅତିରିକ୍ତ ତହସିଲଦାର ଗୁପ୍ତେଶ୍ଵର ମହାପାତ୍ର ଜେସିପି ପଠେଇ ଗଛର ମୂଳ ଭାଗ ରାସ୍ତା ଉପରରୁ ହଟିଲା। ଗଛ ହୋଡ଼ିବା ପରେ ଯାତାୟାତ ସ୍ୱାଭାବିକ ରହିଛି। ଏନେଇ ସ୍ଥାନୀୟ ସରପଞ୍ଚ ଶୁଭନିତା ରଇତ ଓ ସ୍ଥାନୀୟ ଲୋକମାନେ ଅଗ୍ନିଶମ ବିଭାଗ ଓ ତହସିଲଦାରଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।