ଦୁର୍ନୀତି ଖୋର ମୃତ୍ତିକା ସଂରକ୍ଷଣ କର୍ମଚାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ଵାଳ):ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ମୁର୍ତ୍ତିକା ସଂରକ୍ଷଣ କାର୍ଯ୍ୟାଳୟ ଅଧିନସ୍ଥ ବିଶୋଇ ରେଞ୍ଜର କର୍ମଚାରୀ କିଶୋର କୁମାର ବେହେରା ମନରେଗା ପୋଖରୀ ଖନନ କାମରେ ମାଷ୍ଟର ରୋଲରେ ଶ୍ରମିକ ନିୟୋଜନ ମାମଲାରେ ଜନୈକ ହିତାଧିକାରୀଙ୍କ ଠାରୁ ବାଇଶି ହଜାର ଟଙ୍କା ଉତ୍କୋଚ ମାଗିଥିଲେ । ଏହାକୁ ନେଇ ହିତାଧିକାରୀ ଜଣକ ବହୁବାର ହୀରା ତ ହରକତ ହେଲାପରେ ଭିଜିଲାନ୍ସ ର ଦ୍ବାରସ୍ଥ ହୋଇଥିଲେ । ଭିଜିଲାନ୍ସ ବିଭାଗ ତରଫରୁ କଡା ନଜର ରଖାଯାଇ କିଶୋର ଙ୍କ ଗତିବିଧି ଉପରେ ନଜର ରଖି ଶେଷରେ ସୋମବାର ଦିନ ପୂର୍ବଯୋଜନା ଅନୁଯାୟୀ କିଶୋରଙ୍କୁ ମାଡ଼ି ବସିଥିଲେ ।ତଦସହ ବାଇଶି ହଜାର ଟଙ୍କା ଜବତ କରିଥିଲେ । ଏହାକୁ ନେଇ ଅଫିସ ସମେତ କିଶୋର ବେହେରାଙ୍କ ୩ଟି ସ୍ଥାନରେ ଚଢାଉ ଜାରି ରଖିଥିଲେ ।ଏହାକୁ ନେଇ ବାଲେଶ୍ଵର ଭିଜିଲାନ୍ସ ଅଫିସରେ କେଶ ନମ୍ବର ୩୦//୨୦୨୨ ରୁଜୁ କରାଯାଇ ତଦନ୍ତ ଜାରି ରଖାଯାଇଛି ।ଘଟଣାରେ ରାଇରଙ୍ଗପୁର ସମେତ ସମଗ୍ର ମୟୂରଭଞ୍ଜ ଜିଲ୍ଲାର ମୂର୍ତିକା ସଂରକ୍ଷଣ କାର୍ଯ୍ୟାଳୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ରାଜ୍ୟ ସରକାର ଦୁର୍ନୀତିଖୋର କର୍ମଚାରୀଙ୍କ ଉପରେ କଡା ନଜର ରଖିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ