ଅସହାୟଙ୍କ ଆଶାବାଡି ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ

ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ଓଡ଼ିଶା ସରକାରଙ୍କ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ମାନ୍ୟବର ମନ୍ତ୍ରୀ ଶ୍ରୀକାନ୍ତ ସାହୁ ପ୍ରତ୍ୟେକ ବର୍ଷ ପ୍ରକାରେ କୁମାର ପୂର୍ଣ୍ଣିମା ଦିନ ଗରିବ, ଅସହାୟ, ବୃଦ୍ଧ ବୃଦ୍ଧା,ଓ ବିଧବା ମହିଳାମାନଙ୍କୁ ବସ୍ତ୍ର ପ୍ରଦାନ କରିବା ସହ ପୂର୍ଣ୍ଣମୀ ଖର୍ଚ୍ଚ ପାଇଁ ଅର୍ଥ ପ୍ରଦାନ କରିଥିଲେ। ଏହି ପ୍ରଥା ଶ୍ରୀକାନ୍ତ ସାହୁ ପ୍ରଥମ ଥର ସରପଞ୍ଚ ହେବା ଠାରୁ ବର୍ଷ ବର୍ଷ ଧରି କୁମାରପୁର୍ଣ୍ଣିମାରେ ଗରିବ ଅସହାୟଙ୍କୁ ନୂତନ ବସ୍ତ୍ର ପରିଧାନ ପାଇଁ ପ୍ରଦାନ କରିବା ସହ ପୂର୍ଣ୍ଣିମା ଖର୍ଚ୍ଚ ଦେଇ ଆସୁଛନ୍ତି। ଚଳିତ ବର୍ଷ ମନ୍ତ୍ରୀ ଶ୍ରୀ ସାହୁ ୬ ହଜାରରୁ ଉର୍ଦ୍ଧ୍ବ ଅସହାୟଙ୍କୁ ବସ୍ତ୍ର ବଣ୍ଟନ କରିଥିଲେ। ଏହି ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀସାହୁଙ୍କ ସମେତ ପିତା ଗଙ୍ଗାଧର ସାହୁ ,ମାଆ ମାଗି ସାହୁ, ପୁତ୍ର ରାହୁଲ ସାହୁ , ଝିଅ ସୋନିଆ, ଓ ସାନ ଭାଇ ଆଇନଜୀବୀ ସୁଶାନ୍ତ ସାହୁ ଏବଂ ଦଳୀୟ କର୍ମୀ ଓ ନେତା ଉପସ୍ଥିତ ରହି ବସ୍ତ୍ର ପ୍ରଦାନ କାର୍ଯ୍ୟରେ ସହଯୋଗ କରିଥିଲେ। ମନ୍ତ୍ରୀ ଶ୍ରୀ ସାହୁଙ୍କ ସେବା କାର୍ଯ୍ୟ କେବଳ ବସ୍ତ୍ର ପ୍ରଦାନରେ ସୀମିତ ନୁହେଁ। ପୁଅ ମାନଙ୍କ ଦ୍ୱରା ନିର୍ଯ୍ୟାତନାର ଶିକାର ହୋଇଥିବା ବୃଦ୍ଧ ଓ ବୃଦ୍ଧା, ନିରାଶ୍ରୟ ବ୍ୟକ୍ତି, ଓ ଅସହାୟ ବ୍ୟକ୍ତି ମାନଙ୍କୁ ନିଜ ଗ୍ରାମ ହାତୀଓଟରେ ପ୍ରତିଷ୍ଠା କରିଥିବା ଜରାଶ୍ରମରେ ଆଶ୍ରୟ ଦେଇ ଦୀର୍ଘ ବର୍ଷ ଧରି ସେମାନଙ୍କ ସେବା କରିଆସୁଛନ୍ତି। ବର୍ତ୍ତମାନ ୬୦ ରୁ ଉର୍ଦ୍ଧ୍ବ ବ୍ୟକ୍ତି ଜରାଶ୍ରମରେ ଶାନ୍ତିରେ ଜୀବନ ବିତାଉଛନ୍ତି। ସେମାନଙ୍କ ଖାଦ୍ୟ ଓ ବସ୍ତ୍ର ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ସେବା ପାଇଁ ସମସ୍ତ ବ୍ୟବସ୍ଥା ଶ୍ରୀ ସାହୁ କରିଛନ୍ତି। ଏଥିସହ ନିଜ ନିର୍ବାଚନ ମଣ୍ଡଳୀର କୌଣସି ବ୍ୟକ୍ତି ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଥିବା ସମୟରେ ମେଡ଼ିକାଲ ଯାଇ ଆଶ୍ୱସନ ଦେଇ ଆର୍ଥିକ ସହାୟତା ପ୍ରଦାନ କରିଥାନ୍ତି। ଯେକୌଣସି ବ୍ୟକ୍ତିଙ୍କ ଯଦି ଦୁର୍ଘଟଣା ଜନିତ ମୃତ୍ୟୁ ଓ ଅକାଳ ମୃତ୍ୟୁ ଘଟେ ତେବେ ଖବର ଜାଣିବା ପରେ ମୃତକଙ୍କ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହ ବ୍ୟକ୍ତିଗତ ଆର୍ଥିକ ସହାୟତା ପ୍ରଦାନ କରିଥାନ୍ତି। ଘରପୋଡି ଭଳି ବିପତ୍ତି ଘଟଣା ଶୁଣିବା କ୍ଷଣି କ୍ଷତିଗ୍ରସ୍ତ ପରିବାର ନିକଟରେ ପହଞ୍ଚି ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିବା ସହ ସରକାରୀ ସାହାଯ୍ୟ ପାଇଁ ପଦକ୍ଷେପ ଗ୍ରହଣ କରିଥାନ୍ତି। ମନ୍ତ୍ରୀ ଶ୍ରୀ ସାହୁ ଏହିପରି ଜଣେ ବ୍ୟକ୍ତି ସେ କେବେ ଘରେ ରହି ମଉଜ ମଜଲିସ କରିବା ଜାଣିନାହାନ୍ତି। ନିର୍ବାଚନ ମଣ୍ଡଳୀରେ ଥିବା ବେଳେ ସକାଳ ସମୟରୁ ରାତ୍ର ସମୟ ପର୍ଯ୍ୟନ୍ତ ବିଭିନ୍ନ ଗ୍ରାମକୁ ଯାଇ ଲୋକଙ୍କ ସମସ୍ୟା ନେଇ ଆଲୋଚନା କରିଥାନ୍ତି। ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ଜନସମ୍ପର୍କରେ ରାଜ୍ୟରେ କାହିଁକି ଦେଶରେ ମଧ୍ୟ ଶ୍ରେଷ୍ଠ ବିଧାୟକମାନଙ୍କ ମଧ୍ୟରେ ଶୀର୍ଷ ସ୍ଥାନରେ ରହିବେ, ଏଥିରେ ସନ୍ଦେହ ନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ