ଖୋଳଖାଳି ଗ୍ରାମରେ ଅଗ୍ନିକାଣ୍ଡ, ଦୁଇ ପରିବାର ସର୍ବସ୍ଵାନ୍ତ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଲକ ଅନ୍ତର୍ଗତ ଖୋଳଖାଳି ଗ୍ରାମରେ ବୁଧବାର ସକାଳେ ଅଗ୍ନିକାଣ୍ଡ ଘଟି ବିଷ୍ଣୁପ୍ରିୟା ବେହେରା ଓ ଦଣ୍ଡପାଣି ବେହେରାଙ୍କ ଘରପୋଡିବା ସହ ସମସ୍ତ ଜିନିଷ ପୋଡି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡ ସମୟରେ ଦୁଇ ପରିବାର ନିଜ ନିଜ କ୍ଷେତକୁ ଚାଲିଯାଇଥିବା ବେଳେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିଥିବା ବେଳେ ଗ୍ରାମ ଲୋକେ ମିଳିମିଶି ପଡୋଶୀମାନଙ୍କ ଘରର ଚାଳ ଛପର ବାହାର କରିଦେବା ଓ ବର୍ଷା ଯୋଗୁଁ ଓଦା ଥିବା ଯୋଗୁଁ ନିଆଁ ବ୍ୟାପି ପାରିନଥିଲା। ଦଣ୍ଡପାଣି ବେହେରା ଏକ ଛୋଟ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ଦୋକାନର ସମସ୍ତ ଜିନିଷ ପୋଡି ପାଉଁଶ ହୋଇଯାଇଛି। ଉଭୟ ପରିବାର କ୍ଷେତକୁ ଚାଲିଯାଇଥିବା ବେଳେ ସମସ୍ତ ଜିନିଷ ପତ୍ର ପୋଡି ପାଉଁଶ ହୋଇଯାଇଛି। ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସରପଞ୍ଚଙ୍କ ପ୍ରତିନିଧି ଉମାକାନ୍ତ ପାତ୍ର ଓ ସମିତି ସଭ୍ୟାଙ୍କ ପ୍ରତିନିଧି କାର୍ତ୍ତିକ ସାହାଣୀ ଉଭୟ କ୍ଷତିଗ୍ରସ୍ତ ପରିବାରଙ୍କୁ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ହାଇ କୋର୍ଟ କାର୍ଯ୍ୟରେ ତହସିଲଦାର ଚାଲିଯାଇଥିବା ବେଳେ ରାଜସ୍ୱ ପରିଦର୍ଶକ ଘଟଣା ସ୍ଥଳକୁ ଯାଇ କ୍ଷୟକ୍ଷତିର ଆକଳନ କରି ଫେରିଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ