ଓମ ସାଇ ଟ୍ରେଡର୍ସ ଆୟୁରବେଦିକ ଔଷଧ କେନ୍ଦ୍ର ଉଦଘାଟିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡାର ଗଣପର୍ବ ମା’ ଗଜଲକ୍ଷ୍ମୀଙ୍କ ପୂଜା ଅବସରରେ କଟକ-ଚାନ୍ଦବାଲି ରାଜ୍ୟ ରାଜପଥର ଦୁହୁରିଆ ନିକଟସ୍ଥ ଆଇନ ମହାବିଦ୍ୟାଳୟ ଛକରେ ଓମ ସାଇ ଟ୍ରେଡର୍ସ ଆୟୁରବେଦିକ ଔଷଧ କେନ୍ଦ୍ର ଉଦଘାଟିତ ହୋଇଯାଇଛି । ବ୍ରାଇଟ ଫ୍ୟୁଚର କମ୍ପାନୀର ଡବଲ ଡାଇମଣ୍ଡ ଏସ.କେ.ହୁସେନ ଫିତା କାଟି ଏହି କେନ୍ଦ୍ରକୁ ଉଦଘାଟନ କରିଥିଲେ । ଆଜିକାଲି ଲୋକମାନଙ୍କ ଶରୀରରେ ସୃଷ୍ଟି ହେଉଥିବା ବିଭିନ୍ନ ପ୍ରକାର ଦୁରାରୋଗର ନିଦାନ ପାଇଁ ଏହି କେନ୍ଦ୍ରରେ ଆୟୁରବେଦିକ ଔଷଧ ଲୋକମାନଙ୍କୁ ପ୍ରଦାନ କରାଯିବ । ଏହି ଔଷଧ କେନ୍ଦ୍ରରେ କର୍କଟ ରୋଗ, ହୃଦରୋଗ, ମଧୁମେହ, କୋଲେଷ୍ଟ୍ରଲ ବୃଦ୍ଧି, ମଣିଷ ଶରୀରରେ ଭିଟାମିନର ଅଭାବ, କଙ୍କାଳ ସଂରଚନାକୁ ବଜାୟ ରଖିବା, ମହିଳାମାନଙ୍କ ରକ୍ତହୀନତା, ପେଟବେମାରୀ ପ୍ରଭୃତି ବହୁ ପୁରାତନ ରୋଗର ଚିକିତ୍ସା ପରାମର୍ଶ ପ୍ରଦାନ ସହିତ ଆୟୁରବେଦିକ ଔଷଧ ମିଳିବାର ବ୍ୟବସ୍ଥା ରହିଛି । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ କେନ୍ଦ୍ରର ସତ୍ୱାଧିକାରୀ ଏ.ସି. ମହାନ୍ତିଙ୍କ ସମେତ ଶତାଧିକ ଲୋକ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ