ମହିଳାଙ୍କୁ ଦୁଷ୍କର୍ମ, ଅଭିଯୁକ୍ତକୁ ଲୋକଙ୍କୁ ହସ୍ତାନ୍ତର ଦାବିରେ ଫାଣ୍ଡି ଘେରିଲେ ମହିଳା
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ସୋସୋ ଥାନା ଅଧିନ ଚଞ୍ଚକପଡା ଗ୍ରାମରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହେବାସହ ଅଭିଯୁକ୍ତକୁ ଲୋକମାନଙ୍କୁ ହସ୍ତାନ୍ତର କରିବା ଦାବିରେ ଶତାଧିକ ମହିଳା ବଉଳା ଫାଣ୍ଡି ଘେରାଉ କରିଥିବା ଜଣାଯାଇଛି । ସୁଚନାରୁ ଜଣାଯାଇଛି ଯେ ଧନୁର୍ଜୟପୁର ପଞ୍ଚାୟତ ଅଧିନସ୍ଥ ଚଞ୍ଚକପଡା ଗ୍ରାମରେ ଗତକାଲି ରାତିରେ ଲକ୍ଷ୍ମୀପୂଜା ଭଷାଣି ଅନୁଷ୍ଠିତ ହୋଇଥିଲା । ଭଷାଣି ବୁଲିବାକୁ ନିକଟସ୍ଥ କୁଶଟିକିରି ଗ୍ରାମର କିଛି ଯୁବକ ଚଞ୍ଚକପଡା ଆସିତôବାବେଳେ ରାମ ହୋ ନାମକ ଜଣେ ଯୁବକ ସେହି ଗ୍ରାମର ଜଣେ ମହିଳାଙ୍କ ଘରେ ପସି ୨୦ବର୍ଷୀୟ ମହିଳାଙ୍କୁ ଦୁଷ୍କର୍ମ କରିଥିଲା । ଆଜି ସକାଳେ ଏଖବର ପ୍ରଚାରିତ ହେବାପରେ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା । ରାମ ହୋ ଆଜି ଅପରାହ୍ନରେ ଚଞ୍ଚକପଡା ଗ୍ରାମ ନିକଟକୁ ହାଣ୍ଡିଆ ପିଇବାକୁ ଆସିଥବବାବେଳେ ଚଞ୍ଚକପଡା ଗ୍ରାମର କିଛି ଯୁବକ ତାକୁ ଘଟଣା ସମ୍ପର୍କରେ ପଚାରିବାରୁ ସେମାନଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗିଥିଲା । ଏନେଇ ରାମ ଓ ତା ସହିତ ଆସିତବବା ଅନ୍ୟଜଣେ ଯୁବକ ବଉଳା ଫାଣ୍ଡିକୁ ଅଭିଯୋଗ କରିବାକୁ ଯାଇଥିବାବେଳେ ଚଞ୍ଚକପଡା ଗ୍ରାମର ଶତାଧିକ ମହିଳା ବଉଳା ଫାଣ୍ଡି ଘେରାଉକରି ଅଭିଯୁକ୍ତ ଯୁଂବକକୁ ଆମକୁ ହସ୍ତାନ୍ତର କର, ସେ ଯେପରି କରିଛି ଆମେ ତାକୁ ଦଣ୍ଡ ଦେବୁ ବୋଲି ଦାବି କରିଥିଲେ । ଫାଣ୍ଡି ଅଧିକାରୀ ଜଗବନ୍ଧୁ ନାୟକ ମହିଳାମାନଙ୍କୁ ଯେତେ ପ୍ରକାର ବୁଝାଇବାକୁ ଚେଷ୍ଟା କରିଥିଲେବି ସଫଳ ହୋଇ ନଥିଲେ । ଖବରପାଇ ସୋସୋ ଥାନା ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବାପରେ ମହିଳାମାନେ ଘେରାଉରୁ ନିବୃତ ରହିଥିଲେ । ପିଡିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତ ରାମ ହୋକୁ ଗିରଫ କରିଥିବା ଜଣାଯାଇଛି ।


