ଜଳସରପୁର ଗ୍ରାମରୁ କଲେଜ ଛାତ୍ରୀକୁ ଅପହରଣ ଅଭିଯୋଗ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ସୁଲଣ ପଞ୍ଚାୟତ ଜଳସରପୁର ଗ୍ରାମର ଜଣେ କଲେଜ ଛାତ୍ରୀକୁ ଅପହରଣ କରି ନିଆଯାଇଥିବା ଉକ୍ତ ଛାତ୍ରୀର ଅଭିଭାବକ ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାଇ ଏହି କଲେଜ ଛାତ୍ରୀ ଜଣକ ନାଁ ବାଳିକା ହୋଇଥିବାବେଳେ ୬ଦିନ ତଳେ ଘରେ ଖାଇପିଇ ଶୋଇଥିବା ବେଳେ ତା ପରଦିନ ପରିବାର ଲୋକେ ଉଠିବା ବେଳକୁ ଝିଅ ନଥିଲା । ପରିବାର ଲୋକେ ଦୁଇତିନିଦିନ ଧରି ବିଭିନ୍ନ ସ୍ଥାନରେ ଖୋଜିବାପରେ କୌଣସି ସନ୍ଧାନ ନମିଳିବାରୁ ସେମାନେ ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି । ସୋସୋ ଥାନା କଣିଆରୀ ଗ୍ରାମର ଜଣେ କ୍ୱକ ତାଙ୍କ ଝିଅକୁ ଅପହରଣ କରିନେଇଥିବା ସେମାନେ ସନେ୍ଦହ କରୁଛନ୍ତି ବୋଲି ଅଭିଯୋଗରେ ଦର୍ଶାଇଛନ୍ତି । ଅଭିଯୋଗ ପାଇବାପରେ ନନ୍ଦିପଦା ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ