ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣା : ଅକ୍ଷୟ ଓ ବିନ୍ଦାସ ଚିନୁ ଙ୍କ ପରେ ପୋଲିସ ସ୍କାନ ରେ କିଏ ?
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ୧୧ନଂ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଙ୍କ ମୃତ୍ୟୁ ଘଟଣା ରେ ଏକାଧିକ ଅଡିଓ ଭାଇରାଲ ହୋଇଛି। ଏହି ଅଡିଓ ସତ କି ନୁହେଁ ଏ ପର୍ଯ୍ୟନ୍ତ କମିଶନରେଟ ପୋଲିସ ସ୍ପଷ୍ଟ କରିନାହିଁ। ଯେହେତୁ ଏହି ଘଟଣା ରେ ମନ୍ତ୍ରୀ ସମୀର ଦାଶ ଙ୍କ ସଂପୃକ୍ତି ଥିବା ବିରୋଧୀ କଂଗ୍ରେସ ଓ ବିଜେପି ଦଳ ଅଭିଯୋଗ କରି ତାଙ୍କ ଇସ୍ତଫା ଦାବି କରି ଆନ୍ଦୋଳନ ଜାରି ରଖିଛନ୍ତି ସେହେତୁ ପୋଲିସ ଘଟଣା ର ଖୁଲାସା କରୁନଥିବା କୁହାଯାଉଛି। ତେବେ ଅଡିଓ କୁ ସାର୍ବଜନିନ କରିଥିବା ସାମ୍ୱାଦିକ ଅକ୍ଷୟ ନାୟକ ଓ ଅଡିଓ ରେ ନାମ ଥିବା ବିନ୍ଦାସ ଚିନୁ ନାମକ ଯୁବତୀ ଙ୍କୁ ପୋଲିସ ଜେରା କରିସାରିଛି। ଜେରା ରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପୋଲିସ ପାଇଥିବା କୁହାଯାଉଥିବା ବେଳେ ସେହି ଅଡିଓ ରେ ଆଉ ଯେଉଁ ମାନଙ୍କ ନାମ ରହିଛି ସେମାନଙ୍କୁ ଖୁବ୍ ଶୀଘ୍ର ପୋଲିସ ଜେରା କରିବ ବୋଲି ଶୁଣାଯାଉଛି। ଏହି ଘଟଣା ଏବେ ନିମାପଡ଼ା ଓ ଗୋପ ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି। ମନ୍ତ୍ରୀ ଙ୍କ ଖାସ ଅନୁଗତ ଜୈନିକ ଠିକାଦାର ଯିଏ କି ମନ୍ତ୍ରୀ ଙ୍କ ଅର୍ଥନୈତିକ କାର୍ଯ୍ଯସବୁ କରିଥାଆନ୍ତି ତାଙ୍କୁ ଅଥବା ଆଉ କାହାକୁ ପୋଲିସ ଜେରା କରିବ ସେ ନେଇ ଖୁବ ଚର୍ଚ୍ଚା ହେଉଛି। ଅକ୍ଷୟ ଓ ଚିନୁ ଙ୍କ ପରେ କିଏ ପୋଲିସ ସ୍କାନ ରେ ରହିଛନ୍ତି ତାହା କୁ ନେଇ ସ୍ଥାନୀୟ ଅଞ୍ଚଳ ରେ ବେଶ ଆଲୋଚନା ର ବିଷୟ ପାଲଟିଛି। ଯଥା ଶୀଘ୍ର ପୋଲିସ ତଦନ୍ତ ଶେଷ କରି ଘଟଣା ର ସତ୍ୟାସତ୍ୟ ଲୋକଲୋଚନ କୁ ଆଣିବାକୁ ସାଧାରଣ ରେ ଦାବି ହେଉଛି।


