ପି.ଡି.ଏସ୍ ଦାୟୀତ୍ୱରୁ ମୁକ୍ତ ହେବେ ପିଇଓ

ବନ୍ତ, (ଚାନ୍ଦିନୀ ମହାନ୍ତି):ଓଡିଶା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ସଂଘର ଦୀର୍ଘ ଦିନର ଦାବୀକୁ ରାଜ୍ୟ ସରକାର ଗ୍ରହଣ କରିଥିବା ଜଣାଯାଇଛି । ପିଇଓଙ୍କ ନାମରେ ପିଡିଏସ୍ ଲାଇସେନ୍ସ ନରହିବା ଏବଂ ବଣ୍ଟନ ଦାୟୀତ୍ୱରୁ ମୁକ୍ତ କରିବା ନେଇ ପିଇଓ ସଂଘ ପକ୍ଷରୁ ଦୀର୍ଘ ଦିନ ହେବ ସରକାରଙ୍କ ଠାରେ ଦାବୀ ହୋଇଆସୁଥିଲା । ଗତ ତା-୨୨-୮-୨୨ ରିଖରେ ଓଡିଶା ସରକାରଙ୍କ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗର ଚିଠି ନଂ- ପି.ଆର୍‌-ପି.ଏ.ଡି.ଏମ୍‌-ମିସ୍‌-୦୦୫-୨୦୨୨/୧୯୦୨୯ରେ ପଞ୍ଚାୟତରାଜ ବିଭାଗର ନିର୍ଦ୍ଦେଶକ ଓଡିଶା ଖାଦ୍ୟ ଓ ଯୋଗାଣ ବିଭାଗର ପ୍ରମୁଖ ସଚବଙ୍କୁ ଲେଖିଥିବା ଚିଠିରେ ଗ୍ରାମ ପଞ୍ଚାୟତର ପିଡିଏସ୍ ଲାଇସେନ୍ସ ପିଇଓଙ୍କ ପରିବର୍ତ୍ତେ ଯୋଗାଣ ସହାୟକଙ୍କ ନାମରେ କରାଯିବାକୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ପିଇଓ ମାନେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ରହୁଥିବାରୁ ଖାଦ୍ୟ ଓ ଯୋଗାଣ ବିଭାଗ କାର୍ଯ୍ୟ ସୂଚାରୁରୂପେ କରିବା କଷ୍ଟସାଧ୍ୟ ହେଉଥିବା ଚିଠିରେ ଉଲ୍ଲେଖ କରିଛନ୍ତି । ଯେଉଁ ଜିଲାରେ ଯୋଗାଣ ସହାୟକ ନିଯୁକ୍ତି ହୋଇ ନାହାନ୍ତି ଯଥାଶିଘ୍ର ନିଯୁକ୍ତି ଦିଆଯାଇ ଲାଇସେନ୍ସ ତାଙ୍କ ନାମରେ କରାଯିବାକୁ ପିଇଓ ସଂଘ ଦାବୀ କରିଛି । ପ୍ରକାଶ ଥାଉକି, ପିଡିଏସ ପିଇଓଙ୍କ ନାମରେ ଉଠାଯାଉଥିଲେ ବି ସଂପୃକ୍ତ ଗ୍ରାମ ପଞ୍ଚାୟତରେ ସରପଞ୍ଚ ମାନେ ପ୍ରତ୍ୟେକ୍ଷ ଭାବେ ବଣ୍ଟନ କରିଥାନ୍ତି । ପିଇଓ ମାନେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ରହୁଥିବାରୁ ପିଡିଏସ ବଣ୍ଟନ ପ୍ରତ୍ୟେକ୍ଷ ଭାବେ କରି ପାରି ନଥାନ୍ତି । ଏହାର ସୁଯୋଗ ନେଇ କେତେକ ଗ୍ରାମ ପଞ୍ଚାୟତରେ ରାଜନୈତିକ ବ୍ୟକ୍ତି ମାନେ ପିଡିଏସ ସାମଗ୍ରୀ ହେରଫେର କରିଥାନ୍ତି । ଫଳରେ ପିଇଓ ମାନେ ବିଭାଗୀୟ କାର୍ଯ୍ୟାନୁଷ୍ଠାନର ଶୀକାର ହୋଇଥାନ୍ତି । ସରକାରଙ୍କ ନିଷ୍ପତ୍ତିକୁ ପିଇଓ ସଂଘ ପକ୍ଷରୁ ସ୍ୱାଗତ କରାଯିବା ସହ ଯଥାଶିଘ୍ର କାର୍ଯ୍ୟକାରୀ କରାଯିବାକୁ ଦାବୀ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ