ଛତ୍ରପୁରରେ ରକ୍ତଦାନ ଶିବିର

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ଏନଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ନେତୃତ୍ୱରେ ଏକ ରକ୍ତଦାନ ଶିବିର ସ୍ଥାନୀୟ ଶିବ ପଟ୍ଟନାୟକ ରିଡିଙ୍ଗ୍ ରୁମ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଯୁବନେତା କେ. ଚନ୍ଦ୍ରଶେଖର ରେଡ୍ଡୀ ଙ୍କ ସଂଯୋଜନାରେ ଆୟୋଜିତ ଶିବିରକୁ ବିଜେପି ଜିଲ୍ଲା ସଭାପତି ବିଭୁତି ଭୂଷଣ ଜେନା ଯୋଗଦେଇ ଉଦଘାଟନ କରିବା ସହ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ବିଜେପି ଜିଲ୍ଲା ଅନୁସୂଚିତ ଜାତିର ସଭାପତି ପ୍ରଶାନ୍ତ କୁମାର କର ,ଛତ୍ରପୁର ଥାନାଧିକାରୀ ସତ୍ୟରଞ୍ଜନ ପ୍ରଧାନ ,ବରିଷ୍ଠ ବିଜେପି ନେତା ଡା.ସୁବାସ ଚନ୍ଦ୍ର ସାହୁ ,ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟର ଅଧିକ୍ଷକ ଡା. ପ୍ରଫୁଲ ଚନ୍ଦ୍ର ଗୌଡ଼ ,ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡର ଏପିପି ରାଜେଶ କୁମାର ମିଶ୍ର ,ଛତ୍ରପୁର ଓକିଲ ସଂଘର ସଭାପତି ପ୍ରଦୀପ କୁମାର ପାଢୀ ,ଛତ୍ରପୁର ବିଜେପି ମଣ୍ଡଳ ସଭାପତି ସଞ୍ଜିତ କୁମାର ରାଉଳ ,ଯୁବନେତା କୃଷ୍ଣଚନ୍ଦ୍ର ନାୟକ ,ବିଜେପି ଛତ୍ରପୁର ନିର୍ବାଚନମଣ୍ଡଳୀ ର ସଂଯୋଜକ ବସନ୍ତ କୁମାର ବେହେରା ,ବି.ଶଙ୍କର ରେଡ୍ଡୀ, ପ୍ରଦୀପ କୁମାର ସାହୁଙ୍କ ସମେତ ଛତ୍ରପୁର ଆଖପାଖ ଅଞ୍ଚଳର ବହୁ ଜନପ୍ରତିନିଧି ଯୋଗ ଦେଇ ଅୟୋଜକଙ୍କୁ ଧନ୍ୟବାଦ ଜଣାଇଥିଲେ l ଏହି ଅବସରରେ 88ୟୁନିଟ ରକ୍ତ ସଂଗୃହୀତ କରାଯାଇଛି l ବ୍ରହ୍ମପୁର ଏମକେସିଜି ର ରକ୍ତଭଣ୍ଡାର କର୍ମଚାରୀ ମାନେ ରକ୍ତ ସଂଗ୍ରହରେ ସହଯୋଗ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ