ବ୍ଲକ୍ ସ୍ତରୀୟ ମନରେଗା ସାମାଜିକ ସମୀକ୍ଷା ବୈଠକ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ୍ ସ୍ତରୀୟ ମନରେଗା ସାମାଜିକ ସମୀକ୍ଷା ବୈଠକ ବ୍ଲକ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବିଡିଓ ପ୍ରଦୀପ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏପିଡି ଏମ୍‌ଆଇଏସ୍ ପ୍ରହଲ୍ଲାଦ ରଣା, ଜିଲ୍ଲା ମନରେଗା ସଂଯୋଜିକା ସସ୍ମିତା ଜେନା, ଡିଏସ୍‌ଏ ଅମର କୁମାର ସାହୁ, ଏବିଡିଓ ନିଶିକାନ୍ତ ଖୁଣ୍ଟିଆ, ଉପାଧ୍ୟକ୍ଷା ପ୍ରଗତିବାଳା ସ୍ୱାଇଁ, ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶ୍ରଦ୍ଧାସୁମନ ନାଥ, ସହକାରୀ ଯନ୍ତ୍ରୀ ଜୟଦେବ ପାତ୍ର ଉପସ୍ଥିତ ଥିଲେ । ଏହି ଅବସରରେ ବନ୍ତ ବ୍ଲକ୍‌ର ୨୫ଗୋଟି ପଞ୍ଚାୟତର ମନରେଗା ଯୋଜନାରେ ସାଧାରଣ ଲୋକଙ୍କୁ ନିଯୁକ୍ତି ଦେବା ଉଦ୍ଦେଶ୍ୟରେ ଶ୍ରମ ଦିବସ ସୃଷ୍ଟି କରିବା ନିମନ୍ତେ ସରକାର ଜୋର୍ ଦେଉଥିବା ବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଅଙ୍ଗନୱାର୍ଡି, ଜଙ୍ଗଲ ବିଭାଗରେ ଜବ୍‌କାର୍ଡଧାରୀ ମାନଙ୍କୁ ସର୍ବାଧିକ ସୁଯୋଗ ଦେବା ନିମନ୍ତେ ପରାମର୍ଶ ଦେଇଥିଲେ । ବୈଠକରେ ସମସ୍ତ କନିଷ୍ଠଯନ୍ତ୍ରୀ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ଗ୍ରାମରୋଜଗାର ସେବକ ଓ ଭିଆର୍‌ପିମାନେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ