୫-ଟି ସ୍କୁଲ ପରିଦର୍ଶନ କଲେ ବିଡିଓ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ୍ ନିଳୋକ ପଞ୍ଚାୟତରେ ୫-ଟି ସ୍କୁଲ ଭାବେ ରୂପାନ୍ତରିତ ହୋଇଥିବା ଦୋଳପଦୀସ୍ଥିତ ଆନନ୍ଦରାମ ପାଟୋଡିଆ ସରକାରୀ ଉଚ୍ଚ ବିଦ୍ୟାଳୟକୁ ବିଡିଓ ପ୍ରଦୀପ କୁମାର ସେଠୀ ପରିଦର୍ଶନ କରିଛନ୍ତି । ଏହି ଅବସରରେ ବିଦ୍ୟାଳୟରେ ନିର୍ମାଣାଧୀନ ସ୍ମାର୍ଟକ୍ଲାସ ରୁମ୍‌, ଇ-ଲାଇବ୍ରେରୀ, ବିଜ୍ଞାନାଗାର, କମ୍ପ୍ୟୁଟର ସେବା ପ୍ରକୋଷ୍ଠ, ଖେଳପଡ଼ିଆ ଆଦି ପରିଦର୍ଶନ କରିବା ସହ ସରକାରୀ ନିୟମ ଅନୁଯାୟୀ ଉତ୍କୃଷ୍ଟ ମାନର କାର୍ଯ୍ୟ କରିବା ସହ ନିର୍ଦ୍ଦିଷ୍ଟ ସମୟରେ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ବ୍ଲକ୍‌ର ସହକାରୀ ଯନ୍ତ୍ରୀ ଜୟଦେବ ପାତ୍ର ଓ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ନିରୂପମା ଦାସ ଉପସ୍ଥିତ ରହି ପରିଦର୍ଶନରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ