ଫୁଲବାଣୀ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଦମଦାର ସଫଳତା

ଫୁଲବାଣୀ, (ଯୁଗାବ୍ଦ ନ୍ୟୁଜ):ନୀଳକଣ୍ଠ ନଗର ଶିଶୁ ମନ୍ଦିର ଠାରେ ଆୟୋଜିତ ପ୍ରାନ୍ତ ଜ୍ଞାନବିଜ୍ଞାନ ମେଳା ୨୦୨୨ର ବିଜ୍ଞାନ ପ୍ରକଳ୍ପ ରେ ବିଜ୍ଞାନର ନୂତନ ପ୍ରୟୋଗରେ କନ୍ଧମାଳ ଜିଲ୍ଲା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀର ଦଶମ ଶ୍ରେଣୀର ଛାତ୍ରୀ ସୁଶ୍ରୀ ସ୍ଵାଗତିକା ପ୍ରଧାନ ପ୍ରଥମ ସ୍ଥାନ ଅଧିକାର କରି ଆଗାମୀ ତା-୨୧/୨୨ ରିଖରେ ଶାରଦା ବିଦ୍ୟା ମନ୍ଦିର ,ସୁଦର୍ଶନପୁର ,ରାୟଗଞ୍ଜ(ଉତ୍ତର ବଙ୍ଗ)ରେ ଅନୁଷ୍ଠିତ ହେବାକୁ ଯାଉଥିବା କ୍ଷେତ୍ରୀୟ ଜ୍ଞାନ ବିଜ୍ଞାନ ମେଳାକୁ ମନୋନୀତ ହୋଇଛନ୍ତି। ସୁଶ୍ରୀ ସ୍ୱାଗତିକା ଚଳିତ ବର୍ଷ ବିଦ୍ୟାଳୟ ପାଇଁ ଗର୍ବ ଓ ଗୌରବଆଣିଦେଇଛନ୍ତି। ସେହିପରି ଅନ୍ୟଜଣେ ଛାତ୍ର ଲିବୁନ କୁମାର କର ନିବନ୍ଧ ପ୍ରତିଯୋଗିତାରେ ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି। ଏହି ସଫଳତା ପାଇଁ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର କୁମାର ପାଢୀ ବେଶ ଉତ୍ସାହିତ ହୋଇଛନ୍ତି।ତତ୍ ସଙ୍ଗେ ସଙ୍ଗେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବରିଷ୍ଠ ଆଇନଜୀବୀ ହରିଶ୍ଚନ୍ଦ୍ର ମହାରଣା ଓ ସମ୍ପାଦକ ବିରଞ୍ଚି ନାରାୟଣ ମିଶ୍ରଙ୍କ ସମେତ ସମସ୍ତ ଆଚାର୍ଯ୍ୟ/ଆଚାର୍ଯ୍ୟାଙ୍କୁ ଏବଂ କୃତୀ ଛାତ୍ରଛାତ୍ରୀଙ୍କର ଅଭିଭାବକ/ଅଭିଭାବିକା ମାନଙ୍କୁ ସଫଳତାର ଶ୍ରେୟ ପ୍ରଦାନ କରିଛନ୍ତି ଏବଂ ସେମାନଙ୍କର ଉତ୍ତୋରତ୍ତର ଉନ୍ନତି କାମନା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ