ପ୍ରାଥମିକ ବିଏଡ୍ ଶିକ୍ଷକ ମହାସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ପ୍ରାଥମିକ ବିଏଡ୍ ଶିକ୍ଷକ ମହାସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ୱରସ୍ଥିତ ଗୋଦାବରୀଶ ସାହିତ୍ୟ ସଂସଦଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସଭାପତି ଶ୍ରୀଯୁକ୍ତ ଅଜୟ କୁମାର ଧଳ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ପରେ ଜାତୀୟ ସଙ୍ଗୀତ ଗାନ କରଯାଇ ସଭା ପରିଚାଳନା କରିଥିଲେ । ସଭାର ପ୍ରାରମ୍ଭରେ ଦୀର୍ଘ ଦୁଇବର୍ଷ ଭିତରେ ବହୁ ପ୍ରାଥମିକ ଶିକ୍ଷକମାନଙ୍କ ମୃତ୍ୟୁ ହୋଇଥିବାରୁ ସେମାନଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଉକ୍ତ ସଭାରେ ରାଜ୍ୟର ୩୦ଟି ଜିଲ୍ଲାରୁ ୧୫୦ରୁ ଉର୍ଦ୍ଧ୍ୱ ଟିଜିଟି ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ସରକାର କ୍ରମାଗତ ଭାବରେ ଟିଜିଟି ଶିକ୍ଷକମାନଙ୍କୁ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ନିଯୁକ୍ତି ଦେଇ ସିଟି ଦରମା ଦେଉଥିବାରୁ ଶିକ୍ଷକ ଶିକ୍ଷୟିତ୍ରୀ ଓ ରାଜ୍ୟ ନେତୃବୃନ୍ଦ କ୍ଷୋଭ ପ୍ରକାଶ କରିଥିଲେ । ଏହି ସଭାରେ ସମସ୍ତ ୩୦ଜିଲ୍ଲାର ଶିକ୍ଷକ ଶିକ୍ଷୟିତ୍ରୀ ଓ ରାଜ୍ୟ ସଂଘର କର୍ମକର୍ତ୍ତାମାନେ ଜିଲ୍ଲା ସଂଘ ଓ ବ୍ଲକ ସଂଘ ସମ୍ପୂର୍ଣ୍ଣ ଗଠନ କରି ଦୁଇମାସ ଭିତରେ ସମାପ୍ତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ରାଜ୍ୟସଂଘରେ ୩୦ଜିଲ୍ଲାରୁ ୧୦୦ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ଏକ କୋର କମିଟି ଗଠନ କରାଯାଇଛି । ଆଗାମୀ ଦିନରେ ପ୍ରତ୍ୟେକ ବ୍ଲକ ଓ ଜିଲ୍ଲାରେ ସଂଘ ଗଠନ କରି ଟିଜିଟି ଶିକ୍ଷକ ଶିକ୍ଷୟିତ୍ରୀମାନେ ୧୪୭ ବିଧାୟକ, ମନ୍ତ୍ରୀମାନଙ୍କୁ ସ୍ମାରକପତ୍ର ପ୍ରଦାନ କରିବା ପାଇଁ ସ୍ଥିର କରାଯାଇଥିଲା । ସରକାରଙ୍କ ଠାରୁ ଆମର ନ୍ୟାର୍ଯ୍ୟ ଦାବି ହାସଲ କରିବା ପାଇଁ ଯୁଗ୍ମ ସମ୍ପାଦକ ରୁପେଶ କୁମାର ସାହୁ ସମସ୍ତ ଉଦ୍ୟମ ଜାରି ରଖିବାକୁ ରାଜ୍ୟର ସମସ୍ତ ଟିଜି ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଶପଥ ନେବା ପାଇଁ ଆହ୍ୱାନ ଦେଇଥିଲେ । ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଯୋଗ୍ୟ ଶିକ୍ଷକ ମଣ୍ଡଳୀ ସୃଷ୍ଟି କରିବା ସହିତ ବିଜ୍ଞାପନ ଆଧାରରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଟିଜିଟିମାନଙ୍କୁ ମୂଳ ଦରମା ୯୩୦୦ ଟଙ୍କା ଓ ଗ୍ରେଡ଼ ପେ ୪୨୦୦ଟଙ୍କ ପ୍ରଦାନ କରିବା ସହ ୬ ବର୍ଷର ଠିକା ଚାକିରୀକୁ ସମ୍ପୂର୍ଣ୍ଣ ଚାକିରୀ କାଳରେ ମିଶାଇବା ପାଇଁ ମହାସଚିବ ଉମେଶ ଚନ୍ଦ୍ର ନାୟକ ଦାବି କରିଛନ୍ତି । ପୁରୁଣା ପେନସନ ଲାଗୁ କରିବା ଓ ବଦଳି ନୀତିରେ ସରଳୀକରଣ ପାଇଁ ସଂଘର ସାଧାରଣ ସମ୍ପାଦକ ଡଃ. ଦେବେନ୍ଦ୍ର ନାୟକ ସରାକରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଦୀର୍ଘ ଦିନର ଦାବିଗୁଡ଼ିକୁ ତୁରଣ ପୂରଣ ପାଇଁ ପଦକ୍ଷେପ ନେବାକୁ ମହାସଂଘର କାର୍ଯ୍ୟକାରୀ ସଭାପତି ଦୁର୍ଯ୍ୟୋଧନ ଦାସ, ଉପସଭାପତି ଲଲାଟେନ୍ଦୁ ମହଲ, ସଂଗଠନ ସମ୍ପାଦକ କ୍ଷୀରୋଦ କୁମାର ସ୍ୱାଇଁ, ଯୁଗ୍ମ ସମ୍ପାଦକ ଅକ୍ଷୟ କୁମାର ପୃଷ୍ଟି, କୋଷାଧ୍ୟକ୍ଷ ଅମୂଲ୍ୟ ଲେଙ୍କା ଓ ମକର କେତନ ସାହୁ, ବାସୁଦେବ ସାହୁ, ଆଖଣ୍ଡଳେଶ୍ୱର ଦାସ, ତପନ ନାୟକ, ପଦ୍ମଲୋଚନ ଘଡ଼େଇ, ରାଜଲକ୍ଷ୍ମୀ ବେହେରା, ସ୍ୱପ୍ନାରାଣୀ ସେନାପତି, ରତିକାନ୍ତ ଦାସ, ପୂର୍ଣ୍ଣଚନ୍ଦ୍ର ଖଟୁଆ, ନୃସିଂହ ସାହୁ, ଭୀମସେନ ପରିଡ଼ା, ବୈକୁଣ୍ଠ ପ୍ରଧାନ, ମନୋଜ ଦାସ, ଅନିଲ କୁମାର ବଳିୟାରସିଂ, ହେମସାଗର ପାଣିଗ୍ରାହୀ, ନାରାୟଣ ପଣ୍ଡା, ସୁମନ ରାଉତ, କୃପାସିନ୍ଧୁ ସାମନ୍ତରାୟ, ଦିଲ୍ଲୀପ ଖଣ୍ଡାୟତ ରାୟ, ସନ୍ତୋଷ ସାହୁ, ଭବାନୀ ବିଶ୍ୱାଳ, ବିକାଶ ଅଗ୍ରୱାଲ, ମିର୍ଜା ତସବୀର, ରଙ୍ଗାଧର ସାହୁ, ବିଦ୍ୟାଧର ପାଢୀ, ତପନ ପଣ୍ଡା, ପଦ୍ମଲୋଚନ ଦାସ, ବିଷ୍ଣୁ ବାନାର୍ଜୀ, ରଞ୍ଜନ ପଣ୍ଡା, ଅଶୋକ ଦାସ, ବଦ୍ରୀ ଦଳାଇ, ପ୍ରଶାନ୍ତ ଜେନା, ନବୀନ ରଣା, ନରେନ୍ଦ୍ର ସେଠୀ, ମନୋରଞ୍ଜନ ପ୍ରଧାନ, ଜୟରାମ ନାୟକ, ଅଶୋକ ରାଉତରାୟ, ପ୍ରିୟଦର୍ଶୀ ପଣ୍ଡା, ପ୍ରତାପ ମହାରଣା, ଭାଗବତ ତ୍ରିପାଠୀ ପ୍ରମୁଖ ଦାବି କରିଛନ୍ତି । ଉକ୍ତ ଦାବିଗୁଡ଼ିକ ପୂରଣ ନହେଲେ ଆଗାମୀ ଦିନରେ ମହାସଂଘ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ