କେନ୍ଦ୍ରାପଡା ଜିଲ୍ଲା ସ୍ତରୀୟ ଆନ୍ତ ସ୍କୁଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିବସ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଜିଲ୍ଲା ସ୍ତରୀୟ ଆନ୍ତ ସ୍କୁଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିବସ ପ୍ରତିଯୋଗୀତା ଜିଲ୍ଲା କ୍ରୀଡା ନିରୀକ୍ଷିକା ସ୍ମିତା ପ୍ରତିଭା ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ କେନ୍ଦ୍ରାପଡ଼ା ମଣ୍ଡଳ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ଦଳାଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ୧୩ନମ୍ବର ୱାର୍ଡର କାଉନସିଲର ସେକ ଅସଲମ, କଷଣଅଣ୍ଟା ହାଇସ୍କୁଲର ପ୍ରଧାନ ଶିକ୍ଷକ ସଚିନ୍ଦ୍ର କୁମାର ବେହେରା, ପୂର୍ବତନ ଫୁଟବଲ ଖେଳାଳି ସୁରେଶ ଚନ୍ଦ୍ର ଜେନା, କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟର ଶାରିରୀକ ପ୍ରଶିକ୍ଷକ ଦେବେନ୍ଦ୍ର ନାଥ ସାହୁ, ମହାକାଳପଡା ବ୍ଲକର ନୋଡାଲ ପ୍ରଧାନ ଶିକ୍ଷକ ରଘୁନାଥ ଦାସ ଓ ଗୋଜାବନ୍ଧ ଗାନ୍ଧିଜୀ ବିଦ୍ୟାପୀଠର ସହକାରୀ ଶିକ୍ଷକ ପ୍ରଶାନ୍ତ କୁମାର ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଜିଲ୍ଲା କ୍ରୀଡା ନିରୀକ୍ଷିକା ସ୍ମିତା ପ୍ରତିଭା ସାହୁ ବିବରଣି ପାଠ କରିଥିଲେ । ଅତିଥି ପରିଚୟ ବ୍ୟାସଦେବ ବେବର୍ତ୍ତା, ବଗଡା ହାଇସ୍କୁଲର କ୍ରୀଡା ଶିକ୍ଷକ ଉମାକାନ୍ତ କର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସଶ୍ମିତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ତୃତୀୟ ଦିବସ ନକଆଉଟ ମ୍ୟାଚରେ ଆଳି ବ୍ଲକ(ବାଳକ) ସହ ଗରଦପୁର ବ୍ଲକ(ବାଳକ)ର, ରାଜକନିକା ବ୍ଲକ(ବାଳକ) ସହ କେନ୍ଦ୍ରାପଡା ବ୍ଲକ(ବାଳକ)ର ଏବଂ ପଟ୍ଟାମୁଣ୍ଡାଇ ବ୍ଲକ(ବାଳକ) ସହ ଗରଦପୁର ବ୍ଲକ(ବାଳକ) ବିଭାଗର ମୁକାବିଲା ହୋଇଥିଲା । ଏହାପରେ ଅନୁଷ୍ଠିତ ସେମି ଫାଇନାଲ ମ୍ୟାଚରେ ଗରଦପୁର ଏବଂ କେନ୍ଦ୍ରାପଡା ବ୍ଲକ ବିଜୟ ଲାଭ କରି ଫାଇନାଲ ରାଉଣ୍ଡ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଥିଲେ । ତୃତୀୟ ଦିବସର ଖେଳକୁ ଶଶାଙ୍କ ଶେଖର ସାହୁ, ରାକେଶ ଜେନା, ଆଶିଷ କୁମାର ଜେନା, ଚିନ୍ମୟ କୁମାର ମଲ୍ଲିକ ପ୍ରମୁଖ ରେଫରୀମାନେ ଶୃଙ୍ଖଳିତ ଭାବେ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଆଥଲେଟିକ କୋଚ ସେକ ସୈାକତ ଖାନ ଓ ତାଙ୍କର ସହଯୋଗୀମାନେ ସହାୟତା ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିବ ପ୍ରସାଦ ନାୟକ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷୟିତ୍ରୀ ସଶ୍ମୀତା ପଣ୍ଡା, ବ୍ଲକ କ୍ରୀଡା ସମ୍ପାଦକ, କନଭେନର ଓ କର୍ମକର୍ତ୍ତାମାନେ କାର୍ଯ୍ୟକ୍ରମର ତଦାରଖ କରିଥିଲେ । ଆସନ୍ତା କାଲି ଅନୁଷ୍ଠିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ଡେରାବିଶ ବ୍ଲକ(ବାଳିକା) ବିଭାଗ ସହ ଆଳି ବ୍ଲକ(ବାଳିକା) ବିଭାଗର ଏବଂ ଗରଦପୁର ବ୍ଲକ(ବାଳକ) ବିଭାଗ ସହ କେନ୍ଦ୍ରାପଡା ବ୍ଲକ(ବାଳକ) ବିଭାଗର ମୁକାବିଲା ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ