ରାଇରଙ୍ଗପୁରରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚାର ରାଜ୍ୟ ମହାସଚିବ,ଉପସଭାପତିଙ୍କ ସମେତ ସମସ୍ତ ନୂତନ କର୍ମକର୍ତ୍ତାମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ଵାଳ):ଆଗକୁ ସାଧାରଣ ନିର୍ବାଚନ । ଏଥିପାଇଁ ସବୁଦଳ ଭଳି ଓଡ଼ିଶା ଝାଡ଼ଖଣ୍ଡ ମୁକ୍ତି ମୋର୍ଚା ତାର ସଂଗଠନକୁ ସୁଦୃଢ କରିବା ପାଇଁ ପଦକ୍ଷେପ ନେଇଛନ୍ତି । ଓଡ଼ିଶା ପ୍ରଦେଶ ଝାଡ଼ଖଣ୍ଡ ମୁକ୍ତିମୋର୍ଚାର ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ଅଂଜନି ସୋରେନଙ୍କ ଦ୍ଵାରା ନୂତନ କଳେବର ସୃଷ୍ଟି ହୋଇଛି । ଏଥିରେ ରାଜ୍ୟ ମହାସଚିବ ଭାବେ ଦୂଵରାଜ ନାଗ, ଉପସଭାପତି ଭାବେ ଦିଲିପ ଦାସ, ଜିଲ୍ଲା ସଭାପତି ସନାତନ ମୁଣ୍ଡା, ଜିଲ୍ଲା ସଂପାଦକ ସେକ ଅବଦୁଲ ମାନାନ ଙ୍କ
ସମେତ କୋଷାଧ୍ୟକ୍ଷ, ସମସ୍ତ ବ୍ଳକ୍ ପଦାଧିକାରୀଙ୍କ ନାମ ଘୋଷଣ ଆଗ କରାଯାଇଛି ।ଓଡ଼ିଶାର ୬ଟି ଜିଲ୍ଲାରେ ଦଳ ସଂଗଠନକୁ ସୁଦୃଢ କରିବା ପାଇଁ ସମସ୍ତ ପଦକ୍ଷେପ ନେଇଛନ୍ତି । ନୂତନ କର୍ମକର୍ତାମାନଙ୍କୁ ଆଜି ଓଡ଼ିଶାର ସିମାନ୍ତ ଝାରପୋଖରିଆ,ସାରସକଣା,ଶଙ୍ଖଭଙ୍ଗା,ବିଶୋଇ,ପାଟପୁର, ରାଇରଙ୍ଗପୁର ଦଳୀୟ କାର୍ଯ୍ୟାଳୟ ଏବଂ ମହୁଲଢିହା ପୂର୍ତ୍ତବିଭାଗ ଡାକବଙ୍ଗଳା ରେ ସ୍ଥାନୀୟ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା କର୍ମିବୃନ୍ଦ ପୁଷ୍ପଗୁଚ୍ଛ ଦେଇ ଭବ୍ୟ ସମ୍ବର୍ଦ୍ଧନା କରିଥିଲେ ।ସଵୁଠି ଆତଶବାଜି ଫୁଟାଇ ସହ ମିଷ୍ଟାନ୍ନ ଵଣ୍ଟନ କରି ଉତ୍ସବ ପାଳନ କରିଥିଲେ । ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ଅଂଜନି ସୋରେନ ରାଜ୍ୟ ମହାସଚିବ ଦୁବରାଜ ନାଗ ଏବଂ ଉପସଭାପତି ଙ୍କୁ ପୁଷ୍ପମାଲ୍ୟ ଦେଇ ଭବ୍ୟ ସମ୍ବର୍ଦ୍ଧନା କରିଥିଲେ ।ଦଳର ପଦାଧିକାରୀ ଶ୍ରୀମତୀ ଅଂଜନୀ ସୋରେନଙ୍କ ଆଶୀର୍ବାଦ ନେବା ସହ ଦଳକୁ ତୃଣମୂଳ ସ୍ତରରେ ସଂଗଠନକୁ ସୁଦୃଢ କରିବା ପାଇଁ ଶପଥ ନେଇଥିଲେ । ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ଅଂଜନି ସୋରେନ ସେମାନଙ୍କୁ ଏଭଳି ଗୁରୁ ଦାୟିତ୍ବ ଦେଇଥିବାରୁ ସେମାନେ ରାଜ୍ୟ ସଭାନେତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ