ସମ୍ଭାବ୍ୟ ବାତ୍ୟା ଆଶଙ୍କାରେ ଚାଷୀ ମାନେ ଆତଙ୍କିତ

ନିମାପଡା, (ସନ୍ତୋଷ ଦାଶ):ବଙ୍ଗୋପସାଗର ରେ ସୃଷ୍ଟ ଲଘୁଚାପ ବାତ୍ୟା ରୂପ ନେଇ ଓଡ଼ିଶା ଉପକୂଳ ଆଡକୁ ଗତି କରିବାର ଆଶଙ୍କା ରହିଥିବା ଜଣାପଡିବା ପରେ ପୁରୀ ଜିଲ୍ଲା ଉପକୂଳ ଅଞ୍ଚଳ ର ଅଧିବାସୀ ଭୟଭୀତ ହୋଇ ପଡିଥିବାବେଳେ ଏହି ଅଞ୍ଚଳ ର ଚାଷୀମାନେ ଏକ ପ୍ରକାର ଆତଙ୍କିତ ହୋଇପଡିଛନ୍ତି। ବାତ୍ୟା ପ୍ରଭାବ ରେ ଯଦିଓ ପବନ ର ପ୍ରଭାବ କମ ରହିବ ବୋଲି କୁହା ଯାଉଛି ବର୍ଷା ପରିମାଣ କିନ୍ତୁ ଅଧିକ ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଗତ ବନ୍ୟା ରେ ଅନେକ ଚାଷ ନଷ୍ଟ ହୋଇ ଥିବାବେଳେ ପୁଣି ବର୍ଷା ହେଲେ ସମ୍ପୂର୍ଣ୍ଣ ଚାଷ ଉଜୁଡ଼ିଯିବା ଆଶଙ୍କା ସୃଷ୍ଟି ହୋଇଥିବାରୁ ଚାଷୀ ମାନେ ଆତଙ୍କିତ ହୋଇପଡିଛନ୍ତି । ବନ୍ୟା ପାଣି ଜମି ରହି ଅନେକ ପାନ ବରଜ ନଷ୍ଟ ହୋଇ ଯାଇଥିବା ବେଳେ ପୁଣି ବର୍ଷା ହେଲେ ବୋଝ ଉପରେ ଲଳିତା ବିଡା ସଦୃଶ୍ୟ ହେବ ବୋଲି ପାନଚାଷୀ ମାନେ ପ୍ରକାଶ କରି ଦୁଃଖ ରେ ଭାଙ୍ଗି ପଡିଛନ୍ତି । ଜିଲ୍ଲା ର ନିମାପଡ଼ା, ଗୋପ, କାକଟପୁର, ଅସ୍ତରଙ୍ଗ ବ୍ଲକ ଅଞ୍ଚଳ ରେ ଧାନ ଚାଷ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଥିଲା। ଚାଷୀ ମାନେ ଧାର କରଜ କରି ପୁର୍ନବାର ଧାନ ତଳି ରୁଆ ବେଉଷଣ କାମ କରିଥିଲେ। ଏବେ ଗଛ ରେ କେଣ୍ଡା ବାହାରୁଛି ଓ ଧାନ ଗର୍ଭ ଧାରଣ କରୁଛି। ଯଦି ଏହି ସମୟ ରେ ବର୍ଷା ଓ ପବନ ହୁଏ ତେବେ ଧାନ ଗଛ ସବୁ ତଳେ ପଡ଼ିଯାଇ ପଚିଯାଇ ନଷ୍ଟ ହେବାର ଆଶଙ୍କା ରହିଛି। ଅପର ପକ୍ଷରେ ଗର୍ଭ ସମୟ ରେ ଧାନ କେଣ୍ଡା ରେ ପାଣି ପଶିଗଲେ ଧାନ ସବୁ ଅଗାଡ଼ି ହୋଇଯିବା ସମ୍ଭାବନା ରହିଛି। ଏଣୁ ଚାଷୀ ମାନେ ବାତ୍ୟା ଆଶଙ୍କା ରେ ଆତଙ୍କିତ ହୋଇ ପଡିଛନ୍ତି। ପନିପରିବା ଚାଷୀ ମାନେ ଶୀତ କୁ ଆଖି ଆଗରେ ରଖି କୋବି, ଶାଗ, ମୂଳା, ଆଳୁ, ଧନିଆ ଚାଷ ଆରମ୍ଭ କରିଛନ୍ତି। ସମ୍ଭାବ୍ୟ ବାତ୍ୟା ଆଶଙ୍କା ରେ ଚାଷୀ ମାନେ ଚିନ୍ତାଗ୍ରସ୍ତ ହୋଇ ପଡ଼ିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ