ବିଦ୍ୟାର୍ଥୀଙ୍କ କଷ୍ଟ ଓ ଗର୍ଭବତୀ ମହିଳାଙ୍କ  ଜନନୀ ଯନ୍ତ୍ରଣାରେ ରାସ୍ତା ଓ ଭରା ନାଳ ସାଜିଛି କଣ୍ଟା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଆଦିବାସୀ ଅଧ୍ୟୁଷିତ ଗ୍ରାମାଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାରଙ୍କ ଯୋଜନା ମାଳ ମାଳ ।ହେଲେ ସରକାରଙ୍କ ପ୍ରକୃତ ବିକାଶ  ଲୋକଙ୍କ ପାଖରେ ପହଞ୍ଚି ପାରୁନି।  କାଗଜ କଲମରେ ସୀମିତ ରହିଛି ବିକାଶ । ଭଲ ରାସ୍ତା ଓ ନାଳ ଉପରେ ପୋଲ ନିର୍ମାଣ କରାଯାଉନଥିବାରୁ ଗମନାଗମନରେ ନାହିଁ ନଥିବା  ସମସ୍ୟାର ସମୁଖୀନ ହେଉଛନ୍ତି ଗ୍ରାମବାସୀ । କୁନି କୁନି ଛାତ୍ରଛାତ୍ରୀ ମାନେ ଆଣ୍ଠୁଏ ଆଣ୍ଠୁଏ କାଦୁଅ ପଚ଼ ପଚ ରାସ୍ତାରେ ବହୁ କଷ୍ଟରେ ଯାତାୟତ କରୁଛନ୍ତି । କାଦୁଅରେ ଯାଉଥିବା ବେଳେ ଗୋଡ଼ ଖସିଯାଇ ପଡିଯିବାରୁ ନାଳ ପାଣିରେ ନିଜକୁ ସଫାସୁତୁରା କରୁଛନ୍ତି ।ଏହି କାଦୁଅ ଭରା ରାସ୍ତା ଯେ କେବଳ ଏମାନଙ୍କ ସମସ୍ୟା ନୁହେଁ । ଏମାନଙ୍କ ବଡ଼ ସମସ୍ୟା ହେଉଛି ରାସ୍ତା ମଧ୍ୟରେ ଥିବା  ଭରାନାଳ ।  ଏହି ନାଳପାର ହୋଇ ଏମିତି ଦୈନନ୍ଦିନ ଯିବାକୁ ବାଧ୍ୟ ହୁଅନ୍ତି ଛାତ୍ରଛାତ୍ରୀ ମାନଙ୍କ ଠାରୁ ଗ୍ରାମର ଆବାଳ ବୁଦ୍ଧ ବନିତା । କାରଣ ଗମନାଗମନ ପାଇଁ ଅନ୍ୟ ବିକଳ୍ପ  ନାହିଁ । ବର୍ଷା ସମୟରେ ଯାତାୟତ କରୁଥିବା ବେଳେ ଯଦି ହଠାତ ଜଳସ୍ତର ବୃଦ୍ଧି ପାଏ , ତାହେଲେ ଛାତ୍ରଛାତ୍ରୀ ମାନେ ଭରା ପାଣିରେ ଭାସିଯିବାର ଭୟ ମଧ୍ୟ ରହିଛି । ହେଲେ ଜରୁରୀ କାର୍ଯ୍ୟରେ ଯିବାକୁ ସମସ୍ତେ ବାଧ୍ଯ । ନଗଲେ ନ ଚଳେ । ଏହା ହେଉଛି ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ କର୍ଚ୍ଚବାଡି ପଞ୍ଚାୟତ ଅଧିନ ବୁଢାପଙ୍କ ଓ ଲୁଦିହୁଏରୀ ଗାଁକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଦୃଶ୍ୟ ।ଏହି ଦୁଇ ଗାଁରେ ୪୦ରୁ ଉର୍ଦ୍ଧ୍ବ ଆଦିବାସୀ ପରିବାର ଚାଷବେଉସା ଓ ଫୁଲଛାଞ୍ଚୁଣୀ ତିଆରି କରି ଜୀବନ ଜୀବିକା ନିର୍ବାହ କରୁଛନ୍ତି ।ଏମାନେ ଯେକୌଣସି ଜିନିଷ କିଣାବିକା ହେଉ ଅବା ସ୍ୱାସ୍ଥ୍ୟ ସେବା ପାଇଁ ମୋହନା ଉପରେ ନିର୍ଭର କରୁଥିବା ବେଳେ ଛାତ୍ରଛାତ୍ରୀ ମାନେ ଶିକ୍ଷା ଗ୍ରହଣକରିବା ପାଇଁ ଏ.ଖଜୁରିପଦା ଓ କନ୍ଧଅଡ଼ବା ବିଦ୍ୟାଳୟ ଉପରେ ନିର୍ଭର କରନ୍ତି ।କିନ୍ତୁ ଏମାନେ ନିକଟସ୍ଥ ଖଜୁରିପଦା ଗାଁକୁ ଗଲେ ହିଁ ଯେଉଁଠାକୁ ମଧ୍ୟ ଯାଇପାରିବେ ।କିନ୍ତୁ ଖଜୁରିପଦା ଗାଁକୁ ପହଞ୍ଚିବାକୁ ହେଲେ ପ୍ରାୟ ତିନି କିମି ଏମିତି ରାସ୍ତା ଅତି ଦୟନୀୟ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ