ହବିଷ୍ୟାଳୀମାନଙ୍କ କାର୍ତ୍ତିକବ୍ରତ ନିମନ୍ତେ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସହର ଉପକଣ୍ଠ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ପରିସରରେ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱାତୀଙ୍କ ଅଧ୍ୟକ୍ଷତାରେ ଆସନ୍ତା ପଞ୍ଚୁକରେ ତୁଳସୀକ୍ଷେତ୍ରରେ ହବିଷ୍ୟାଳୀମାନଙ୍କ କାର୍ତ୍ତିକବ୍ରତ ପାଳନ ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କାର୍ତ୍ତିକବ୍ରତ ପାଳନ ପାଇଁ ହବିଷ୍ୟାଳୀମାନଙ୍କ ରହିବା ପାଇଁ ଶ୍ରୀବଳଦେବଜୀଉଙ୍କ ଯାତ୍ରୀନିବାସରେ ବ୍ୟବସ୍ଥା କରାଯାଇଥିବା ବେଳେ ସେଠାରେ ଦୈନିକ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଥିବା ବୈଠକରେ ସୂଚନା ଦିଆଯାଇଥିଲା । ଏଥିସହିତ ପଞ୍ଚୁକ ପାଞ୍ଚଦିନ ଯଥାଯଥ ଭାବେ ପାଳନ କରାଯିବା ପାଇଁ ବିଧି ମୁତାବକ କାର୍ଯ୍ୟସୂଚୀ ପ୍ରସ୍ଥୁତ କରାଯାଇଛି । ଏହି ପ୍ରସ୍ତୁତି ବୈଠକରେ ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳି ସେଠୀ, ଜିଲ୍ଲା ପରିଷଦ ସଭ୍ୟ ରଶ୍ମୀରଞ୍ଜନ ରାଉତ, ନୃସିଂହ ଚରଣ ତ୍ରିପାଠୀ, ସଖୀବଟ ଉନ୍ନୟନ ପରିଷଦର ସମ୍ପାଦକ ଶ୍ରୀଚରଣ ସାମଲ, ବଗଡା ପଞ୍ଚାୟତର ସରପଞ୍ଚ ସୁବନୀ ସାହୁ, ନାଟ୍ୟ ନିର୍ଦେଶକ ଦିଲ୍ଲିପ କୁମାର ସାହୁ, ରୀତାଞ୍ଜଳୀ ନାଥ, ଗବେଷକ ନିରଞ୍ଜନ ମେକାପ, କପାଳେଶ୍ୱର ପଞ୍ଚାୟତର ପୂର୍ବତନ ସରପଞ୍ଚ ଗାୟତ୍ରୀ ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟା ଲିଲିତା ଦାସ, ସାବିତ୍ରୀ ମିଶ୍ର, ସରଳା ମହାରଣା, ଦୈା୍ରପଦୀ ରାଉତ ଏବଂ ହବିଷ୍ୟାଳୀ ଗୋପ ଗ୍ରାମର ମା’ ସରସ୍ୱତୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଆଶ୍ରମର ନୃସିଂହ ବାବା ସଭା ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ