ଗୋପାଳପୁର ବନ୍ଦରରେ ସବୁଦିନିଆ କାମ ଯୋଗାଇବା ପାଇଁ ଦାବୀ
ଛତ୍ରପୁର ,(ଯୁଗାବ୍ଦ ନ୍ୟୁଜ) : ଗୋପାଳପୁର ବନ୍ଦରରେ ସବୁଦିନିଆ କାମ ଯୋଗାଇଦେବା ନିମନ୍ତେ ଗୋପାଳପୁର ବନ୍ଦର ସୁପରଭାଇଜର ଏଣ୍ଡ ୱାର୍କରସ୍ ୟୁନିୟନ ତରଫରୁ ଦାବୀ । ୟୁନିୟନର ଶହେରୁ ଉର୍ଦ୍ଧ୍ୱ ସ୍କେଲ, ଟ୍ରାନସପୋର୍ଟ ଓ ସୁପରଭାଇଜର, ଗ୍ରୁପ ଲିଡର ଏବଂ ୟୁନିୟନ ର କର୍ମକର୍ତ୍ତା ମାନେ ବନ୍ଦରରେ ୟୁନିୟନର ଶ୍ରମିକ ମାନଙ୍କୁ ତୁରନ୍ତ ସବୁଦିନିଆ କାମ ଯୋଗାଇ ଦେବା ନିମନ୍ତେ ଏକ ଆଲୋଚନା କରିଥିଲେ । ଗତ ୧୨.୧୨.୨୦୧୫ ତାରିଖରେ ଗୋପାଳପୁର ପୋର୍ଟ ସବୁଦିନିଆ ବନ୍ଦର ଭାବେ ଘୋଷଣା କରିଥିଲେ ମଧ୍ୟ ୨୦୧୬ ମସିହାରେ ୩ଟି ଜାହାଜ ଲଗାଯାଇ କିଛି ଦିନ ଶ୍ରମିକଙ୍କୁ କାମ ଯୋଗାଇଥିଲ।। ।ପରବର୍ତ୍ତୀ ଅବସ୍ଥାରେ ଆଉ କୈାଣସି କାରଗୋ ଜାହାଜ ଲାଗିନଥିଲ।। ଫଳରେ ୟୁନିୟନର ୨୫୦୦ରୁଉର୍ଦ୍ଧ୍ୱ ଶ୍ରମିକ ଆଜି ସୁଦ୍ଧା କାମ ନପାଇ ହନ୍ତସନ୍ତ ହେଉଛନ୍ତି । ଗୋପାଳପୁର ବନ୍ଦର ରେ ଦିନକୁ ଦିନ ଶ୍ରମିକ ଅଶାନ୍ତି ବଢିବାରେ ଲାଗିଛି । ତେଣୁ ଶ୍ରମିକ ମାନଙ୍କ ସ୍ୱାର୍ଥ କୁ ଦେଖି ୟୁନିୟନର ସମସ୍ତ ଶ୍ରମିକ ମାନଙ୍କୁ ବନ୍ଦରରେ କାର୍ଯ୍ୟ ଯୋଗାଇଦେବା ଦାବୀ ହୋଇଛି । ଗୋପାଳପୁର ବନ୍ଦର ସୁପରଭାଇଜର ଏଣ୍ଡ ୱାର୍କରସ୍ ୟୁନିୟନ ସଭାପତି ପ୍ରଶାନ୍ତ କୁମାର ପାଟ୍ଟଯୋଶୀ , ସଂପାଦକ କେଶବ ନାହାକଙ୍କ ସମେତ ବହୁ ଶ୍ରମିକ ମାନେ ଏହି ଆଲୋଚନା ବୈଠକରେ ଉପସ୍ଥିତ ଥିଲେ ।