୨୦ ତମ ନିମାପଡ଼ା ପ୍ରିମିୟର ଲିଗ୍ ୧- ୦ ଗୋଲ ରେ ନୟାହାଟ କ୍ଲବ ବିଜୟୀ
ନିମାପଡ଼ା, (ସନ୍ତୋଷ ଦାଶ):ସ୍ଥାନୀୟ ବାରବାଟି ପଡ଼ିଆରେ ନିମାପଡ଼ା ଆଥଲେଟିକ୍ ଆସୋସିଏସନ୍ ପକ୍ଷରୁ ଆୟୋଜିତ ୨୦ତମ ନିମାପଡ଼ା ପ୍ରିମିୟର ଲିଗ୍ ଫୁଟ ବଲ ଟୁର୍ଣ୍ଣାମେଣ୍ଟର ପଞ୍ଚମ ଦିନରେ ପରଷ୍ପରକୁ ଭେଟି ଥିଲେ ନୟାହାଟର ୟୁନାଇଟେଡ଼ କ୍ଲବ ଏବଂ ଧଳେଶ୍ୱରର ରୁଦ୍ରାମ୍ବିକା କ୍ଲବ।ରୁଦ୍ରାମ୍ବିକା କ୍ଲବକୁ୧-୦ ଗୋଲରେ ୟୁନାଇଟେଡ଼ କ୍ଲବ ପରାସ୍ତ କରିଥିଲା।ୟୁନାଇଟେଡ଼ କ୍ଲବର ବବଲୁ କୁମାର ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ।ଆଜି ଖେଳକୁ ରଣଜିତ୍ କେଶରୀ ନାୟକ,ସୁଶାନ୍ତ ରାଉତରାୟ ଓ ଦିପ୍ତିରଞ୍ଜନ ରାଉତରାୟ ପରିଚାଳନା କରିଥିଲେ।ଆସୋସିଏସନର ଉପଦେଷ୍ଟା ଅମରେଶ ନନ୍ଦନ ସାହୁ,ଉପସଭାପତି ଦୋଳଗୋବିନ୍ଦ ସେଠୀ,ମହେନ୍ଦ୍ର ସିଂ ଭାଟିଆ,ପଦ୍ମଚରଣ ପାଣିଗ୍ରାହୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଥିଲେ।ବିଶ୍ଵଜିତ ମଲ୍ଲିକ,ଜୀତେଶ କାନୁନଗୋ ଓ ପ୍ରକାଶ ବରାଳ ପ୍ରମୁଖ ସହାୟତା କରିଥିଲେ।ଆସନ୍ତା କାଲି ନିମାପଡ଼ା ଆଥଲେଟିକ ଆସୋସିଏସନ୍ ଓ ନିମାପଡ଼ା ହାଇସ୍କୁଲ ମଧ୍ୟରେ ଖେଳ ହେବ ବୋଲି ସମ୍ପାଦକ ଜିବନାନନ୍ଦ ମହାପାତ୍ରଙ୍କ ଠାରୁ ପ୍ରକାଶ।


