୨୦ ତମ ନିମାପଡ଼ା ପ୍ରିମିୟର ଲିଗ, ୧- ୦ ଗୋଲ ରେ ବଳଙ୍ଗା ବିଜୟୀ

ନିମାପଡ଼ା, (ସନ୍ତୋଷ ଦାଶ):ସ୍ଥାନୀୟ ବାରବାଟି ପଡ଼ିଆରେ ନିମାପଡ଼ା ଆଥଲେଟିକ୍ ଆସୋସିଏସନ୍ ପକ୍ଷରୁ ଆୟୋଜିତ ୨୦ତମ ନିମାପଡ଼ା ପ୍ରିମିୟର ଲିଗ୍ ଫୁଟ ବଲ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିନରେ ପରଷ୍ପରକୁ ଭେଟି ଥିଲେ ବଳଙ୍ଗାର ଲଙ୍କେଶ୍ଵରୀ କ୍ଲବ ଏବଂ ଝାମ୍ପୁଲାକୁଦର ବଜରଙ୍ଗୀ କ୍ଲବ।ବଜରଙ୍ଗୀ କ୍ଲବକୁ୧-୦ ଗୋଲରେ ଲଙ୍କେଶ୍ଵରୀ କ୍ଲବ ପରାସ୍ତ କରିଥିଲା।ଲଙ୍କେଶ୍ଵରୀ କ୍ଲବର ଦେବାଶିଷ ପରିଡା ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ।ଆଜି ଖେଳକୁ ଜୟନ୍ତ କୁମାର ରାୟ,ରଣଜିତ୍ କେଶରୀ ନାୟକ, ଦୋଳଗୋବିନ୍ଦ ସେଠୀ ଓ ସତ୍ୟଜିତ ଆଚାର୍ଯ୍ୟ ପରିଚାଳନା କରିଥିଲେ।ସତେନ୍ଦ୍ର ମୋହନ ମହାନ୍ତି ଓ ଶୁଭାଶିଷ ରାଉତରାୟ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।ବିଶ୍ଵଜିତ ମଲ୍ଲିକ,ଜୀତେଶ କାନୁନଗୋ ଓ ପ୍ରକାଶ ବରାଳ ପ୍ରମୁଖ ସହାୟତା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ