ଲକ୍ଷାଧିକ ଟଙ୍କା ସହ ଭିଜିଲାନ୍ସ୍ ପଞ୍ଝାରେ ପଡ଼ିଲେ ପୁଲିସ ବାବୁ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକ ଥାନା ଅଧିକାରୀ ଧିରଜ କୁମାର ଲେଙ୍କା ରବିବାର ସନ୍ଧ୍ୟାରେ ୨ ଲକ୍ଷ ଟଙ୍କା ସହ ଭିଜିଲାନ୍ସ୍ ଜାଲରେ ପଡ଼ିବା ଚାଞ୍ଚଲ୍ୟ ସୃଷ୍ଟି କରିଛି। ପତ୍ନୀ ତଥା ଖଜୁରୀପଡ଼ା ଥାନାଧିକାରୀଙ୍କ ପାଖକୁ ଟଙ୍କା ନେଇ ଯାଉଥିବା ବେଳେ ଭିଜିଲାନ୍ସ୍ ଅଧିକାରୀମାନେ ତାଙ୍କୁ କାବୁ କରିନେବା ସହ ତାଙ୍କ ବୋଲେରୋ ଗାଡ଼ିରୁ ଟଙ୍କା ଜବତ କରିଥିଲେ। କିଛି ଟଙ୍କା ଗାଡ଼ିର ସିଟ୍ ତଳେ ଓ ଆଟା ପେଡ଼ିରେ ରଖାଯାଇଥିବା ବେଳେ ଆଉ କିଛି ଟଙ୍କାକୁ ସେ ନିଜ ପକେଟ୍‌ରେ ରଖିଥିଲେ। ହେଲେ ଏତେ ଟଙ୍କା ସେ କୁଆଡ଼େ ନେଇ ଯାଉଥିଲେ ବୋଲି, ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ। ସୂଚନା ପ୍ରକାରେ ରବିବାର ସନ୍ଧ୍ୟାରେ କୋଟଗଡ଼ ଥାନାଧିକାରୀ ଶ୍ରୀ ଲେଙ୍କା ଏକ ବୋଲେରୋରେ ଟଙ୍କା ନେଇ ତାଙ୍କ ପତ୍ନୀ ତଥା ଖଜୁରୀପଡ଼ା ଥାନାରେ ଥାନାଧିକାରୀ ଭାବେ କାର୍ଯ୍ୟରତ ଗେହ୍ଲି କୁମାରୀ ସାହୁଙ୍କ ପାଖକୁ ଯାଉଥିଲେ। ଫୁଲବାଣୀ ଭିଜିଲାନ୍ସ୍ ଟିମ୍ କୌଣସି ସୂତ୍ରରୁ ଖବର ପାଇଥିଲା। ଅଧିକାରୀ ଅରୁଣ କୁମାର ନାୟକଙ୍କ ନେତୃତ୍ବରେ ଏକ ଟିମ୍ ବାଲିଗୁଡ଼ା ରାସ୍ତାରେ ଛକି ରହିଥିଲେ। ଏହି ସମୟରେ ଥାନାଧିକାରୀ ଶ୍ରୀ ଲେଙ୍କାଙ୍କ ବୋଲେରୋକୁ ସେମାନେ ଜଗନ୍ନାଥମନ୍ଦିର‌ ସମ୍ମୁଖରେ ଅଟକାଇ ଯାଞ୍ଚ୍ କରିଥିଲେ। ଏତେ ପରିମାଣର ଟଙ୍କା ଦେଖି ଅଧିକାରୀମାନେ ତାଜୁବ୍ ହୋଇଯାଇଥିଲେ। ଥାନାଧିକାରୀଙ୍କୁ ଏନେଇ ପଚରାଉଚରା କରିଥିଲେ ବି ସେ କୌଣସି ସଠିକ ଉତ୍ତର ଦେଇ ପାରି ନଥିଲେ। ପରେ ଭିଜିଲାନ୍ସ୍ ଅଧିକାରୀମାନେ ଥାନାଧିକାରୀ ଶ୍ରୀ ଲେଙ୍କାଙ୍କୁ ନିଜ ହେପାଜତରେ ରଖିଛନ୍ତି । ତଦନ୍ତ ଜାରି ରହିଥିବା ଭିଜିଲାନ୍ସ୍ ଅଧିକାରୀ ଶ୍ରୀ ନାୟକ କହିଛନ୍ତି। ତେବ‌େ ଏହି ଟଙ୍କା କେଉଁଠୁ ଅଣାଯାଇଥିଲା ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ