ପୋଲସରା ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ସ୍ତରୀୟ ସୁରଭି ୨୦୨୨ କାର୍ଯ୍ୟକ୍ରମ ଅକ୍ଟୋବର ୨୬ ତାରିଖ ଦିନ ପୋଲସରା ଗୋପବନ୍ଧୁ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପୋଲସରା ବ୍ଲକର ୧୧ ଗୋଟି କ୍ଲଷ୍ଟରରୁ ବିଭିନ୍ନ ପ୍ରତୀଯୋଗୀତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ବୃନ୍ଦ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ବ୍ଲକ ସ୍ତରରେ ଅନୁଷ୍ଠିତ ସୁରଭି କାର୍ଯ୍ୟକ୍ରମକୁ ପୋଲସରା ବି.ଡ଼ି.ଓ. କୈଳାଶ ଚନ୍ଦ୍ର ମୁର୍ମୁ ଉଦଘାଟନ କରିଥିବା ବେଳେ ଅତିଥି ଭାବେ ବି.ଇ.ଓ. କାଳୀଚରଣ ବେହେରା, ଏ.ବି.ଇ.ଓ. ତଥା ବି.ଆର.ସି.ସି. ସ୍ୱରୂପ କୁମାର ପାତ୍ର, ଗୋପବନ୍ଧୁ ହାଇ ସ୍କୁଲ ପ୍ରଧାନ ଶିକ୍ଷକ ପ୍ରଭାକର ପ୍ରଧାନ ଯୋଗଦେଇ ଥିଲେ। ୧୧ ଗୋଟି କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ପ୍ରଥମ ସ୍ଥାନ ଅଧିକାର କରି ଆସିଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବକୃତା, ପ୍ରବନ୍ଧ, ଚିତ୍ରାଙ୍କନ, ସଙ୍ଗୀତ ପ୍ରଭୃତି ବିଷୟ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବ୍ଲକ ସ୍ତରୀୟ ଏହି ସୁରଭି କାର୍ଯ୍ୟକ୍ରମ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ବୃନ୍ଦ ଗଞ୍ଜାମ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିଲେ। ଉଦଯାପନୀ କାର୍ଯ୍ୟକ୍ରମରେ ବିଡ଼ିଓ ଶ୍ରୀ ମୁର୍ମୁ, ବିଇଓ ଶ୍ରୀ ବେହେରା , ଏବିଡ଼ିଓ ଧର୍ମରାଜ ପରିଡା, ଏବିଇଓ ଶ୍ରୀ ପାତ୍ର ପ୍ରମୁଖ ଯୋଗଦେଇ କୃତ୍ତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ଏବିଇଓ ତଥା ବିଆରସିସି ଶ୍ରୀ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ୧୧ ଜଣ ସିଆରସିସି ଓ ଗୋଷ୍ଠୀ ସମ୍ବଳ ଶିକ୍ଷକ ଉପେନ୍ଦ୍ର ସେଠୀ ଓ ଶିକ୍ଷୟିତ୍ରୀ କମଳିନୀ ମହାପାତ୍ର ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ