“କୃଷିରଥ”ର ଶୁଭାରମ୍ଭ : ପରିକ୍ରମା କରିବ ସମସ୍ତ ଅଞ୍ଚଳ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଲକର କୃଷି କାର୍ଯ୍ୟାଳୟ ପକ୍ଷରୁ ଅକ୍ଟୋବର ୨୬ ତାରିଖ ଦିନ ବୁଗୁଡା ବଳଦେବ ଜୀଉ ମନ୍ଦିର ସମ୍ମୁଖରୁ “କୃଷି ରଥ” ପରିକ୍ରମାର ଶୁଭାରମ୍ଭ ହୋଇଯାଇଛି। ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ସଘନ କୃଷି ସମ୍ପ୍ରସାରଣ ଯୋଜନା ୨୦୨୧-୨୨ ଆନୁକୂଲ୍ୟରେ ଏହି “କୃଷି ରଥ” ପରିକ୍ରମା କରି କୃଷକଙ୍କୁ ସରକାରୀ ଯୋଜନା ବିଷୟରେ ସଚେତନତା କରିବା ହେଉଛି ମୁଖ୍ୟ ଲକ୍ଷ। “କୃଷି ରଥ” ବୁଗୁଡା ବ୍ଲକର ସମସ୍ତ ପଞ୍ଚାୟତ ସମେତ ବୁଗୁଡା ଏନଏସିର ସମସ୍ତ ୱାର୍ଡ ପରିକ୍ରମା କରିବ। କୃଷିରଥ ପରିକ୍ରମା ସମୟରେ ଲୋକନୃତ୍ୟ ଓ ଛାୟାଚିତ୍ର ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଯିବ। କାର୍ଯ୍ୟକ୍ରମରେ ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶନୀ ଆଚାରୀ ଓ ବୁଗୁଡା ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ ଯୋଗଦେଇ ସବୁଜ ପତାକା ଦେଖାଇ “କୃଷିରଥ” ପରିକ୍ରମାର ଶୁଭାରମ୍ଭ କରିଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବୁଗୁଡା ବ୍ଲକ କୃଷି ସୂଚନା ପରାମର୍ଶ କମିଟି ଅଧ୍ୟକ୍ଷ ମୁକୁନ୍ଦ ନାୟକ, ସାଂସଦ ପ୍ରତିନିଧି କବିରାଜ ଗୌଡ଼, ଭାଗବାନପୁର ପଞ୍ଚାୟତ ସରପଞ୍ଚ ସୁଶାନ୍ତ କୁମାର ପ୍ରଧାନ, ସୁଧାଂଶୁ ଶେଖର ପାଢ଼ୀ, ବିଧାୟକ ପ୍ରତିନିଧି କିଶୋର ଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ ବୁଗୁଡା ସହକାରୀ କୃଷି ଅଧିକାରୀ ନିହାର ରଞ୍ଜନ ପୃଷ୍ଟି ଓ ସ୍ୱାଗତିକା ପତି ସଂଯୋଜନା କରିଥିବା ବେଳେ ଗ୍ରାମ୍ୟ କୃଷି କର୍ମଚାରୀ ଅଶୋକ କୁମାର ସେଠୀ, ଅଜୟ କୁମାର ସାହୁ, ଉପେନ୍ଦ୍ର ଶତପଥୀ, ଓ ସତ୍ୟଜିତ ଶତପଥୀ ଏବଂ ସହକାରୀ ବୈଷୟିକ ସହାୟକ ଅମରେନ୍ଦ୍ର ମହାପାତ୍ର, ପ୍ରଶାନ୍ତ କୁମାର ସାହୁ, ନିତ୍ୟ ନିରଞ୍ଜନ ବିଷୋୟୀ ଓ ଅବିନାଶ ପାତ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ