ବ୍ଲକସ୍ତରୀୟ ସୁରଭି ଉଦଯାପିତ

ଆନନ୍ଦପୁର, (ବିକାଶ ବିଶ୍ୱାଳ):କୁଶଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଅନ୍ନପୁର୍ଣ୍ଣା ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ଉଦଯାପନି ଉତ୍ସବରେ ମୁଖ୍ୟ ଅତିଥିଭାବେ ଘସିପୁରା ବିଧାୟକ ବଦ୍ରୀନାରାୟଣ ପାତ୍ର ଯୋଗଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ଘସିପୁରା ବ୍ଲକର ବିଇଓ ତପୋଧନ ସ୍ୱାଇଁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମନମୋହନ ସାମଲଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ସିଆରସିସି ମାନେ ଯୋଗଦେଇଥିଲେ । ବରିଷ୍ଠ ଓ କନିଷ୍ଠ ବିଭାଗରେ ୧୭ଟି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିବାବେଳେ ବରିଷ୍ଠ ବିଭାଗର ତର୍କରେ ଶୁଭ୍ରଜିତ କର, ପ୍ରବନ୍ଧ ଲିଖନରେ ସୁଚିସ୍ମିତା ପୃଷ୍ଟି, ଚିତ୍ରାଙ୍କନରେ ଜୟପ୍ରକାଶ ସାହୁ, କୁଇଜରେ ଓମ ପ୍ରସାଦ ରାଉତ, ସୃଜନଶୀଳ ଲିଖନରେ ଓମ ପ୍ରସାଦ ରାଉତ, ବକ୍ତୃତାରେ ସତ୍ୟ ପ୍ରକାଶ ବେହେରା, ସଙ୍ଗୀତରେ କ୍ରୀଷ୍ଣାମୟୀ ରାଉତ, କନିଷ୍ଠ ବିଭାଗର ଚିତ୍ରାଙ୍କନରେ ଶୁଭ୍ରାଶୁଂ ଶେଖର ସାହୁ, କୁଇଜରେ ରାଜେନ୍ଦ୍ର କୁମାର ସାହୁ, ସୃଜନଶୀଳ ଲିଖନରେ ସୁଭଶ୍ରୀ ସାହୁ, ବକ୍ତୃତାରେ ପୁଣ୍ୟାତ୍ମା ରାଉତ, ଶ୍ରୁତଲିଖନ ଓ ଓଡିଆ ହସ୍ତାକ୍ଷର ସନିତା ମୁର୍ମୁ, ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ଦିବ୍ୟଜ୍ୟୋତି ସାହୁ ଓ ଜୟଶ୍ରୀ ରାଉତ, ଭିନ୍ନକ୍ଷମ ସଙ୍ଗୀତ ଓ ଚିତ୍ରାଙ୍କନରେ ଚିତ୍ତରଞ୍ଜନ ପୁହାଣ ଓ ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମରେ ନିଜ ନିଜର ପ୍ରତିଭାର ପରିଚୟ ଦେଇ ସଫଳତା ଲାଭ କରିଥିଲେ । ଉଦଯାପନ ସମାରୋହରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ତପୋଧନ ସ୍ୱାଇଁ, ମୁଖ୍ୟ ବକ୍ତା ଭାବେ ଆମାହକ ଏବିଇଓ ମନମୋହନ ସାମଲ, ସମ୍ମାନୀତ ଅତିତô ଭାବେ ଦେଓଗାଁ ସରପଞ୍ଚ ସତ୍ୟ ରଞ୍ଜନ ଭୂୟାଁ, ପରିଚାଳନା କମିଟି ସଭାପତି ରାଧାଶ୍ୟାମ ରଣା, ମୋ ସ୍କୁଲ ଅଭିଯାନର ସଭାପତି ମୁରଲୀଧର ରାଉତ, ବାଳିକା ହାଇସ୍କୁଲର ପ୍ରଧାନ ଶିକ୍ଷକ ଶଙ୍କର୍ଷଣ ଜେନା, ସିଆରସିସି ପ୍ରସନ୍ନ କୁମାର ସା ପ୍ରମୁଖ ଯୋଗଦେଇ ସୁରଭି କାର୍ଯ୍ୟକ୍ରମର ଗୁରୁତ୍ୱ ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଦିଲ୍ଲିପ କୁମାର ରାଉତ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ରଶ୍ମିରଞ୍ଜନ ରାଉତ ମଞ୍ଚ ସଂଯୋଜନା କରିଥିଲେ । ଶେଷରେ ଦେଓଗାଁ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପୁଷ୍ପଲତା ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ କୁଶଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ପରିଚାଳନା କରିଥିବାବେଳେ ହଜାରେରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଓ ଅଭିଭାବକ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ