ପ୍ରଶାସନିକ ଅଧିକାରୀ ସ୍ୱର୍ଗତ ସୁବାଷ ପଣ୍ଡାଙ୍କ ସ୍ମୃତିଚାରଣ ସଭା
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଆଡିଆ ପଞ୍ଚାୟତ ଅଢାଳପଙ୍କ ଗ୍ରାମର ବିଶିଷ୍ଟ ସମାଜସେବୀ ତଥା ପ୍ରଶାସନିକ ଅଧିକାରୀ ସ୍ୱର୍ଗତ ସୁବାଷ ଚନ୍ଦ୍ର ପଣ୍ଡାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ନିରବ ପ୍ରାର୍ଥନା କରାଯାଇ ସ୍ମୃତି ପୁସ୍ତକ ‘ସୁ୍ବାସିତ ସୁବାସ’କୁ ଅତିଥି ମାନେ ଉନ୍ମୋଚନ କରିଥିଲେ । ସାହିତ୍ୟିକ ଦାଶରଥି ଜେନାଙ୍କ ମଞ୍ଚ ସଂଯୋଜନାରେ ଅନୁଷ୍ଠିତ ସଭାକୁ ଶିକ୍ଷାବିତ୍ ତଥା କବି ଗଣେଶ ପ୍ରସାଦ କରଶର୍ମା ପୌରହିତ୍ୟ କରିଥିଲେ । ଏଥିରେ ଅତିଥି ଭାବେ ସାହିତ୍ୟିକ ନାରାୟଣ ଚନ୍ଦ୍ର ଲେଙ୍କା, କବି କୃଷ୍ଣ ଚନ୍ଦ୍ର ଜେନା, ଚର୍ତୁଭୁଜ ପହି, ଗାୟକ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ, ବରିଷ୍ଠ ନାଗରିକ ଉଦୟନାଥ ପଣ୍ଡା, ଶିକ୍ଷାବିତ୍ ରବିନାରାୟଣ ମହାପାତ୍ର ଯୋଗ ଦେଇ ସ୍ୱର୍ଗତ ପଣ୍ଡା ଏକାଧାରରେ ଜଣେ ବିଶିଷ୍ଟ ଶିକ୍ଷାବିତ, ସମାଜସେବୀ ଓ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ଥିଲେ ବୋଲି କହିବା ସହ ପ୍ରଶାସନିକ ସେବାରେ ରହି ନିଷ୍ଠାର ସହିତ କାର୍ଯ୍ୟ ତୁଲାଇବା ପରେ ଅଞ୍ଚଳର ବହୁବିଧ ଉନ୍ନତି କରିଆସୁଥିଲେ ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପ୍ରଶାସନିକ ଅଧିକାରିଣୀ ଆୟୁସା ପତି, ନିରଞ୍ଜନ ପଣ୍ଡା, ସଞ୍ଜୟ ସନ୍ଧିବିଗ୍ରହ, ପ୍ରଫୁଲ୍ଲ କୁମାର କର, ସ୍ତମ୍ଭକାର ସୁବୋଧ କୁମାର ସାହୁ, କବି ପ୍ରାଣବନ୍ଧୁ ନାୟକ, କୀର୍ତ୍ତନ ନାୟକ ଯୋଗ ଦେଇ ସ୍ମୃତିଚାରଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଦେବୀ ପ୍ରସାଦ ପଣ୍ଡା, ଲିପ୍ସା ପାଣିଗ୍ରାହୀ, ଯଶଶ୍ରୀ ପତି, ସଞ୍ଜୟ କୁମାର ସନ୍ଧିବିଗ୍ରହ, ଯଶୋବନ୍ତ ପଣ୍ଡା, ମନ୍ମଥ ପଣ୍ଡା ସହଯୋଗ କରିଥିଲେ ।


