ବିଜେବି କଲେଜରେ ଯୁବ ରେଡ଼କ୍ରସ ଜିଲ୍ଲାସ୍ତରୀୟ ପରାମର୍ଶଙ୍କ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସ୍ଥାନୀୟ ବିଜେବି ସ୍ୱୟଂଶାସିତ କଲେଜ ପରିସରରେ ଯୁବ ରେଡ଼କ୍ରସ ଶାଖା ବିଜେବି କଲେଜ ତରଫରୁ ଜିଲ୍ଲାସ୍ତରୀୟ ପରାମର୍ଶଙ୍କ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କଲେଜର ଅଧ୍ୟକ୍ଷ ଡ. ନିରଞ୍ଜନ ମିଶ୍ର ଅଧ୍ୟକ୍ଷତା କରିଥିଲେ । ରାଜ୍ୟ ଯୁବ ରେଡ଼କ୍ରସ ଅଧିକାରୀ ଡ. ରମେଶ ଚନ୍ଦ୍ର ବେହେରା, ଆଞ୍ଚଳିକ ଶାଖାର ପ୍ରାକ୍ତନ ସମ୍ପାଦିକା ଡ. ସାଧନା ଶତପଥୀ ଏବଂ ସଂଯୋଜକ ଡ. ରେବତୀକାନ୍ତ ମହାରଣା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଭୁବନେଶ୍ୱରର ବିଭିନ୍ନ କଲେଜର ଯୁବ ରେଡ଼କ୍ରସ ପରାମର୍ଶଦାତାମାନେ ଅତିଥି ଭାବରେ ଯୋଗଦେଇ ଯୁବ ରେଡ଼କ୍ରସ ପ୍ରତି ଛାତ୍ରଛାତ୍ରୀମାନଙ୍କ ଆଗ୍ରହ ବଢାଇବ ଦିଗରେ ସଚେତନ ହେବାକୁ ଏବଂ ଆଗାମୀ ଦିନରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଭୁବନେଶ୍ୱର ଶାଖା ସମାଜରେ ସଚେତନତା ସୃଷ୍ଟି କରିବା ଦିଗରେ ଆଲୋଚନା କରିଥିଲେ । ଏହି ବୈଠକରେ କଲେଜର ଉପାଧ୍ୟକ୍ଷା ଡ. ମଧୁବ୍ରତା ଶତପଥୀ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଯୁବ ରେଡ଼କ୍ରସ ଶାଖାର ପରାମର୍ଶଦାତା ଡ. ବୈକୁଣ୍ଠନାଥ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକକୁ ବିଜେବି କଲେଜର ଯୁବ ରେଡ଼କ୍ରସ ଶାଖା ପରାମର୍ଶଦାତ୍ରୀ ଡ. ଲେଖା ଦାସ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ