ବାଇକ ଡ଼ିକି ଭାଙ୍ଗି ପଚାଶ ହଜାର ଟଙ୍କା ଲୁଟିନେଲେ ଦୁର୍ବୁତ୍ତ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନସ୍ଥ ନାନପୁର ଗ୍ରାମର ଘନଶ୍ୟାମ ପଢ଼ିଆରୀଙ୍କ ଭାଉଜ ମଙ୍ଗଳବାର ଦିନ ଅସ୍ତରଙ୍ଗ ଷ୍ଟେଟ ବ୍ୟାଙ୍କ ଶାଖାରୁ ପଚାଶ ହଜାର ଟଙ୍କା ଉଠାଇ ଘନଶ୍ୟାମ ଙ୍କୁ ଦେଇଥିଲେ l ଉକ୍ତ ଟଙ୍କା ଘନଶ୍ୟାମ ତାଙ୍କ ବାଇକ ଡ଼ିକିରେ ରଖି ବଜାର ମଧ୍ୟରେ ଥିବା ଆକ୍ସିସ ବ୍ୟାଙ୍କ ଏଟିଏମ ସାମ୍ମାରେ ବାଇକ ରଖି ଏଟିଏମ କୁ ଟଙ୍କା ଉଠାଇବା ପାଇଁ ଯାଇ ଫେରି ଦେଖନ୍ତି ତାଙ୍କ ଡ଼ିକି ଭାଙ୍ଗି କୌଣସି ଦୁର୍ବୁତ୍ତ ଡ଼ିକି ମଧ୍ୟରେ ଥିବା ପଚାଶ ହଜାର ଟଙ୍କା ନେଇ ଫେରାର ହୋଇଯାଇଛି l ଏ ସଂକ୍ରାନ୍ତରେ ଘନଶ୍ୟାମ ଅସ୍ତରଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ତଦନ୍ତ ଜାରି ରହିଛି ଖୁବ ଶୀଘ୍ର ଆସାମୀ କୁ ଧରାଯିବ ବୋଲି କହିଛନ୍ତି ଅସ୍ତରଙ୍ଗ ଥାନା ଆଇଆଇସି ପଞ୍ଚାନନ ପରିଡା l ଏଠାରେ ସୂଚନା ଥାଉକି ବ୍ୟାଙ୍କ ସମ୍ମୁଖ ରେ ଏହିପରି ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ସ୍ଥାନୀୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ପୋଲିସ ର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ