ନାବାଳକ ନିଖୋଜ ନେଇ ଅଭିଯୋଗ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ଥାନା ଶଗଡା ପଞ୍ଚାୟତ ର ଅଙ୍କୁଶପୁର ଗ୍ରାମ ର ଶୁଭମ୍ ପ୍ରଧାନ (୧୫) ସୋମବାର ଅପରାହ୍ନ ରେ ଘରୁ ଖେଳିବାକୁ ଯାଇ ଆଉ ଘରକୁ ଫେରି ନଥିଲେ। ଆଜି ସଂଧ୍ୟା ସୁଦ୍ଧା ଶୁଭମ୍ ଘରକୁ ନ ଫେରି ବାରୁ ଆଜି ତାଙ୍କ ମା ସୌଭାଗ୍ୟ ଲକ୍ଷ୍ମୀ ପ୍ରଧାନ ନିମାପଡ଼ା ଥାନା ରେ ପୁଅ ର ନିଖୋଜ ନେଇ ଅଭିଯୋଗ କରିଛନ୍ତି। ଏହି ଘଟଣା ଏବେ ଶଗଡ଼ା ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି।


