ଭୁବନେଶ୍ୱର ରୁ କୋଣାର୍କ ମୋ ବସ୍ ସେବା ଚାଲୁ କରିବା ଦାବି ରେ ପଦଯାତ୍ରା
ନିମାପଡ଼ା, (ସନ୍ତୋଷ ଦାଶ):ବିଶ୍ବ ପର୍ଯଟନକ୍ଷେତ୍ର କୋଣାର୍କ କୁ ଭୁବନେଶ୍ଵର ବରମୁଣ୍ତା ଓ ମାଷ୍ଟର କ୍ୟାଣ୍ଟିନ୍ ରୁ ୭୦ ଓ ୭୧ ନମ୍ବରରୁଟ୍ ରେ ଚାରୋଟି ମୋ ବସ ସେବା ଚଳାଚଳ କରୁଥିଲା । ଘରୋଇ ବସ ମାଲିକ ମାନେ ମୋ ବସ କୁ ବନ୍ଦ କରିବା,ଅଟକ ରଖିବା,ଡ୍ରାଇଭରଙ୍କୁ ମାଡ ମାରିବା ଓ ଢେଲାମାଡ କରିବା ଘଟଣାରେ ଭୟଭିତ ଅଛନ୍ତି ମୋ ବସ ର କର୍ମଚାରୀ ।ଏବେ ୭୦ ନମ୍ବର ରୁଟ୍ ରେ ମୋ ବସ ଚଳାଚଳ କରୁଥିବା ବେଳେ ଦିର୍ଘ ୯ ମାସରୁ ଅଧିକ ଦିନ ହେବ ୭୧ ନମ୍ବର ରୁଟ୍ ରେ ମୋ ବସ ଚଳାଚଳ ବନ୍ଦ ରହିଥିବାରୁ ବରମୁଣ୍ତା- କୋଣାର୍କ ଆସୁଥିବା ପର୍ଯ୍ୟଟକ, ଯାତ୍ରୀ ମାନେ ବହୁ ହଇରାଣ ହରକତ ହେଉଛନ୍ତି । ଆଗକୁ କୋଣାର୍କ ଉତ୍ସବ (ଡ଼ିସେମ୍ବର ୧ ରୁ ୫ ତାରିଖ) ଥିବାରୁ କୋଣାର୍କ କୁ ଡିସେମ୍ବର ୧ ତାରିଖ ପୂର୍ବରୁ ମୋ ବସ ପୁନଃ ଚଳାଚଳ କରିବାକୁ ଦାବି ଜୋର ଧରିଛି । ପୁନଃ ମୋ ବସ ଚଳାଚଳ କରିବାକୁ ଦାବି କରି ଆଜି କୋଣାର୍କ ରେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ କୋଣାର୍କ ର ସମାଜସେବୀ ରାମକୃଷ୍ଣ ମହାନ୍ତି ,ଦୁର୍ଗା ପ୍ରସାଦ ମହାପାତ୍ର ସହିତ ବହୁ ବୁଦ୍ଧିଜୀବୀ ମାନେ ଯୋଗ ଦେଇ ସହଯୋଗ କରିଥିଲେ ।ସେପଟେ ସରକାର ମୋ ବସ ଚଳା ଚଳ ନ କରାଇଲେ କୋଣାର୍କ ଉତ୍ସବ ଓ ଇକୋରିଟ୍ରିଟ୍ଚକୁ ବୟକର୍ଟ କରିବେ ବୋଲି ସ୍ଥାନୀୟ ବାସିନ୍ଦା ଓ ବୁଦ୍ଧିଜୀବି ମାନେ ଚେତାବନୀ ଦେଇଛନ୍ତି ।


