ବ୍ଲକ ମହିଳା ବିଜେଡି ସଭାନେତ୍ରୀ ହେଲେ ସାବିତ୍ରୀ ସେଠୀ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବିଜୁ ଜନତାଦଳର ମହିଳା ସଭାନେତ୍ରୀ ଭାବେ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀଙ୍କୁ ମନୋନୀତ କରାଯାଇଛି । ରାଜ୍ୟ ବିଜେଡିର ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଗତକାଲି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ମହିଳା ସାଂଗଠନିକ ପଦ ପଦବୀ ଘେଷଣା କରିଥିବା ନେଇ ସୁପାରିଶ ପତ୍ର ପଠାଇଛନ୍ତି । ଏଥିରେ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀଙ୍କୁ ବ୍ଲକ ମହିଳା ବବିଜେଡି ସଭାନେତ୍ରୀ ଭାବେ ମନୋନୀତ କରିଛନ୍ତି । ସାବିତ୍ରୀ ସେଠୀ ୨୦୦୭ରୁ ୨୦୧୨ ପର୍ଯ୍ୟନ୍ତ ଇଞ୍ଚୋଳ ପଞ୍ଚାୟତର ସରପଞ୍ଚ ଭାବେ କାର୍ଯ୍ୟ କରିଥବବାବେଳେ ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ହାଟଡିହି ବ୍ଲକର ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିଲେ । ୨୦୨୧୭ରୁ ୨୦୧୯ ପର୍ଯ୍ୟନ୍ତ ହାଟଡିହି ବ୍ଲକ ମହିଳା ବିଜେଡିର ସଭାନେତ୍ରୀ ଭାବେ କାର୍ଯ୍ୟ କରିଥିବାବେଳେ ଏବେ ୨୦୨୨ରୁ ପୁନର୍ବାର ବ୍ଲକ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇ କାର୍ଯ୍ୟ କରୁଛନ୍ତି । ତାଙ୍କୁ ଏହି ପଦବୀ ମିଳିବାପରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଓ ସଂଗଠନ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି । ତାଙ୍କୁ ପୁନର୍ବାର ଏହି ଆସନରେ ବସାଇଥିବାରୁ ସେ ରାଜ୍ୟ ବିଜେଡିର ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ରାଜ୍ୟ ମହିଳା ବିଜେଡି ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ଘସିପୁରା ବିଧାୟକ ବଦ୍ରୀ ନାରାୟଣ ପାତ୍ରଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି । ସେ ମହିଳା ମାନଙ୍କୁ ସୁସଂଗଠିତ କରି ବ୍ଲକରେ ବିଜୁ ଜନତା ଦଳର କାର୍ଯ୍ୟଧାରାକୁ ଆଗେଇ ନେବେ ବୋଲି ପ୍ରକାଶ କରିଛନ୍ତି । ସେହିପରି ଉପସଭାନେତ୍ରୀ ଭାବେ ମଧୁସ୍ମୀତା ସ୍ୱାଇଁ, ଲୀଳାବତୀ ଖଟୁଆ, ଭାନୁମତୀ ନାୟକ, ସାଧାରଣ ସମ୍ପାଦିକା ଭାବେ ନିରୁପମା ପାତ୍ର, ସାବିତ୍ରୀ ସା, ସିଲାରାଣୀ କାଣ୍ଡି, ଅଙ୍କିତା ପଢ଼ିଆରୀ, ନିରୁପମା ନନ୍ଦିଙ୍କୁ ମନୋନୟନ କରାଯାଇଛି । ସମ୍ପାଦିକା ଭାବେ କାଦମ୍ବିନୀ ଜେନା, ସୀତା ବାରିକ, ସୁକାନ୍ତୀ ଜେନା, ସୁସ୍ମୀତା ମହାପାତ୍ର, ପଦ୍ମାଳୟା ଜେନା, ସହ ସମ୍ପାଦିକା ଭାବେ ବିଷ୍ଣୁପ୍ରୀୟା ବେହେରା, ଝରଣାରାଣୀ ନାୟକ, ବାସନ୍ତୀ ଜେନା, ମନୋରମା ରାଉତ, ମନୋଜ ମଞ୍ଜରୀ ପାତ୍ର, କାର୍ଯ୍ୟାଳୟ ସମ୍ପାଦିକା ଭାବେ ସୁବାସିନୀ ସେଠୀ, କୋଷାଧକ୍ଷ ଭାବେ ସୁକାନ୍ତୀ ବିଶ୍ୱାଳ, ଡିଜିଟାଲ ମିଡିଆ ପାଇଁ କବିତା ଜେନାଙ୍କୁ ମନୋନୀତ କରାଯାଇଛି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ