ପିଲାଙ୍କୁ ନିଜ ଫିଲ୍ମ ଦେଖିବାକୁ ମନାକଲେ ଇମ୍ରାନ୍‌

ବଲିଉଡ୍ ଅଭିନେତା ଇମ୍ରାନ୍ ହାସ୍‌ମୀ ଆଜିକାଲି ଏକଦମ୍ ବ୍ୟସ୍ତ ଅଛନ୍ତି । ନିଜ ଅପକମିଂ ଫିଲ୍ମ “ଦ ବଡି’ର ପ୍ରମୋଶନରେ ଲାଗିପଡ଼ିଛନ୍ତି ଇମ୍ରାନ୍ । ଏହି ପରିପ୍ରେକ୍ଷୀରେ ଏକ ଜାତୀୟ ଗଣମାଧ୍ୟମ ସହ ସାକ୍ଷାତକାର ସମୟରେ ସେ କିଛି ମତାମତ ଓ ପ୍ରତିକ୍ରିୟା ଦେଇଛନ୍ତି, ଯାହାକୁ ନେଇ ଏବେ ସେ ଚର୍ଚ୍ଚାରେ । ଫିଲ୍ମ ପ୍ରମୋଶନ ଅବସରରେ ଗଣମାଧ୍ୟମର କିଛି ପ୍ରଶ୍ନର ସିଧାସିଧା ଉତ୍ତର ରଖିଥିଲେ ଇମ୍ରାନ୍ । ଆମ ଦେଶରେ ନାବାଳିକା,ନାବାଳକଙ୍କୁ କ’ଣ ଦେଖିବା ଉଚିତ ବୋଲି ପଚରା ଯିବାରୁ ସେ ମଜାଦାର ଉତ୍ତର ଦେଇଥିଲେ । ଇମ୍ରାନ୍ ପିଲାମାନେ କ’ଣ ଦେଖିବା ଉଚିତ୍ ସେ କଥା ଯଦିଓ କହି ନ ଥିଲେ, ତେବେ ପିଲାମାନେ କ’ଣ ନ ଦେଖିବା ଉଚିତ୍ ସେ କଥା ସଫା ସଫା କହିଥିଲେ । ସେ କହିଥିଲେ, ପିଲାମାନେ ମୋ ଫିଲ୍ମ ଦେଖିବା ଉଚିତ୍ ନୁହେଁ । ଦେଶର ନାବାଳକମାନେ ମୋ ଫିଲ୍ମ କେବେ ବି ନ ଦେଖନ୍ତୁ ବୋଲି ଇମ୍ରାନ ପ୍ରତିକ୍ରିୟା ରଖିଥିଲେ । ସେ ଆହୁରି ମଧ୍ୟ କହିଥିଲେ, ମୋ ଫିଲ୍ମ “ଦ ବଡି’ ମଧ୍ୟ ଏ(ଇ) ସାର୍ଟିଫିକେଟ୍ ଫିଲ୍ମ ଅଟେ । ଏହାକୁ ମଧ୍ୟ ପିଲାମାନେ ଦେଖିବା ଉଚିତ ନୁହେଁ । ତେବେ ଫିଲ୍ମଟି ବେଶ୍ ମଜାଦାର ଆଉ ସସ୍‌ପେନ୍ସରେ ଭରପୂର, ଯେଉଁଥିରେ ଦର୍ଶକ ଗୋଟିଏ ସିନ୍ ପରେ ଆଗକୁ କ’ଣ ହେବ ତାହା ଅନୁମାନ ମଧ୍ୟ କରିପାରିବେ ନାହିଁ । ସେହିପରି କଳାକାରଙ୍କୁ ଫିଲ୍ମରେ ଅଭିନୟର ସୁଯୋଗ ପାଇବାକୁ ନିର୍ଦ୍ଦେଶକଙ୍କୁ ମିଛ ପ୍ରଶଂସା କରିବାକୁ ପଡ଼ିଥାଏ ବୋଲି ଏକ ପ୍ରଶ୍ନରେ ମଧ୍ୟ ଇମ୍ରାନ୍ ସ୍ପଷ୍ଟ ଉତ୍ତର ଦେଇଥିଲେ । ସେ କହିଥିଲେ, ହଁ, ବେଳେ ବେଳେ କାମ ହାସଲ କରିବାକୁ ସେଟ୍‌ରେ ନିର୍ଦ୍ଦେଶକଙ୍କ ମିଛ ପ୍ରଶଂସା କରିବାକୁ ପଡ଼ିଥାଏ । “ଦ ବଡି’ ଫିଲ୍ମରେ ଇମ୍ରାନ୍‌ଙ୍କ ବ୍ୟତୀତ ଋଷି କପୁର ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବେ । ଫିଲ୍ମଟି ୨୦୧୨ରେ ରିଲିଜ୍ ସ୍ପାନିଶ୍ ଫିଲ୍ମ “ଦ ବଡି’ର ହିନ୍ଦୀ ରିମେକ୍ ହୋଇଥିବାବେଳେ ଡିସେମ୍ବର ୧୩ରେ ଏହା ରିଲିଜ୍ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ