ଗାଙ୍ଗପୁରରେ ଅଷ୍ଟ ପ୍ରହରୀ ; ମନମୋହିଲେ ଶିଶୁ ସଂକୀର୍ତ୍ତନ ମଣ୍ଡଳୀଙ୍କ
ବେଲଗୁଣ୍ଠା, (ସନ୍ତୋଷ କୁମାର ଜେନା):ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପବିତ୍ର କାର୍ତ୍ତିକ ମାସ ପୂଣ୍ୟ ପଞ୍ଚୁକ ବ୍ରତ ଅବସରରେ ଗାଙ୍ଗପୁରରେ ଅଷ୍ଟପ୍ରହରୀ ମହାମନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଶନିବାର ପଞ୍ଚୁକ ବ୍ରତର ଦ୍ୱିତୀୟ ଦିବସ ତଥା ପବିତ୍ର ଗରୁଡ଼ ଦ୍ଵାଦଶୀ ଅବସରରେରେ ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଗ୍ରାମ ଶ୍ରୀ ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ମନ୍ଦିର ପରିସରରେ ରୀତିନୀତି ମୁତାବକ ସକାଳ ସାତ ଘଣ୍ଟା ଦୁଇ ମିନିଟ୍ ସମୟରେ ଏହି ଅଷ୍ଟ ପ୍ରହରୀ ଅଖଣ୍ଡ ନାମ ଯଜ୍ଞ ଆରମ୍ଭ ହୋଇଥିଲା I ତୁରୁମୁ ମଠ ମହନ୍ତ ସୁଖାନନ୍ଦ ଦାଶଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିବା ଏହି ଅଷ୍ଟ ପ୍ରହରୀରେ ଗାଙ୍ଗପୁର ଗ୍ରାମର ଶ୍ରୀ ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ଶିଶୁ ସଂକୀର୍ତ୍ତନ ମଣ୍ଡଳୀ ସମେତ ବିଞ୍ଝଗିରୀ,ପୁରୁଣା ବୋରୀ ଏବଂ ବୋରୀ କୁମ୍ଭାର ସାହି ଗ୍ରାମର ଅନ୍ୟ ତିନି ସଂକୀର୍ତ୍ତନ ମଣ୍ଡଳୀ ଅଂଶଗ୍ରହଣ କରିଥିଲେ I କାର୍ଯ୍ୟକ୍ରମରେ ଶିଶୁ ସଂକୀର୍ତ୍ତନ ମଣ୍ଡଳୀର ପରିବେଷଣ ଖୁବ୍ ଆକର୍ଷଣୀୟ ପାଲଟିଥିବା ବେଳେ ସେମାନଙ୍କ ପରିବେଷଣ ଦେଖିବା ପାଇଁ ଆଖପାଖ ଗ୍ରାମରୁ ଲୋକଙ୍କ ସୁଅ ଛୁଟିଥିଲା I ଏହି କାର୍ଯ୍ୟକ୍ରମ ଗାଙ୍ଗପୁର ଗ୍ରାମବାସୀଙ୍କ ଦ୍ୱାରା ପରିଚାଳିତ ହୋଇଥିଲା I