ପାରଳାରେ ମା ଶ୍ୟାମା କାଳୀଙ୍କ ଭସାଣି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହରରେ ନେହୁର ଛକ ଠାରେ ଗତ ୧୧ ଦିନ ଧରି ମା ଶ୍ୟାମାକାଳୀଙ୍କ ପୂଜା ଚାଲୁ ରହିଥିଲା. ଗତକାଲି ରାତ୍ରିରେ ମା ଶ୍ୟାମାକାଳୀଙ୍କ ଭସାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ପାରଳାଖେମୁଣ୍ଡି ନେହୁର ଛକ କାଳୀ ପୂଜା କମିଟି ତରଫରୁ ଭରତଭୂଷଣ ମହାନ୍ତି, ପ୍ରଣଜ ପଟ୍ଟନାୟକ, ପ୍ରଶାନ୍ତ ପାତ୍ର ପ୍ରମୁଖ କହିଛନ୍ତି ଗତ କିଛି ବର୍ଷ ଧରି ମହାମାରୀ କରୋନାର ପ୍ରକୋପ ଯୋଗୁଁ ମା ଶ୍ୟାମାକାଳୀ ପୂଜାକୁ କେବଳ ରୀତିନୀତି ମାଧ୍ୟମରେ ସୀମିତ ରଖା ଯାଇଥିଲା. ଚଳିତ ବର୍ଷ ୪୫ ତମ ମା ଶ୍ୟାମାକାଳୀଙ୍କ ପୂଜା ଅତ୍ୟନ୍ତ ଜାକଜକମରେ ଏବଂ ଭକ୍ତିପୂତ ଭାବେ ଗତ ୧୧ ଦିନ ଧରି ପାଳନ ହୋଇ ଆସୁଥିଲା. ଗତକାଲି ଅତ୍ୟନ୍ତ ଶୃଙ୍ଖଳାର ସହ ମା କାଳୀଙ୍କ ବିସର୍ଜନ ତଥା ଭସାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି.


