ଗଜପତି ଜିଲ୍ଲା ସ୍ତରୀୟ ଶିଶୁ ମହୋଉତ୍ସବ ସୁରଭି-୨୦୨୨ ଅନୁଷ୍ଠିତ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା):ଜିଲ୍ଲା ସ୍ତରୀୟ ଶିଶୁ ମହୋଉତ୍ସବ ସୁରଭି କାର୍ଯ୍ୟକ୍ରମ-୨୦୨୨ ପାରଳାଖେମୁଣ୍ଡି ସ୍ଥିତ କୃଷ୍ଣ ଚନ୍ଦ୍ର ଗଜପତି ମହାରଜାଙ୍କର ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷଧିକାରୀ ଶ୍ରୀ ପ୍ରଦୋଷ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ,ଗଜପତି ଶ୍ରୀଯୁକ୍ତ ରୋମାଞ୍ଚଳ ଖମାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କ ସୃଜନଶିଲତାର ବିକାଶ ଓ ଛାତ୍ରଛାତ୍ରୀଙ୍କ ଭିତରେ ଥିବା ଅନ୍ତନିହିତ ପ୍ରତିଭାର ଉନ୍ମୋଚନ ପାଇଁ ସୁରଭି କାର୍ଯ୍ୟକ୍ରମର ଅନୁଷ୍ଠିତ ହେଉଛି । ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗ ତରଫରୁ ଆୟୋଜିତ ଏହି ସୃଜନ ଶିଳତା କାର୍ଯ୍ୟକ୍ରମ ଜିଲ୍ଲାର ସମସ୍ତ ବ୍ଲକ୍ ଓ ଆଞ୍ଚଳିକ ସାଧନା କେନ୍ଦ୍ର ସ୍ତରରେ ପାଳନ କରାଯାଉଛି। ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ୧୨ ଗୋଟି ପ୍ରତିଯୋଗିତା ବିଭିନ୍ନ ବିଭାଗରେ ବିତର୍କ, ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, କୁଇଜ, ସଙ୍ଗୀତ, ସୃଜନଶୀଳ ରଚନା କାର୍ଯ୍ୟକ୍ରମ ଉପରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏଥିରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏଥିରେ ୧୬୧ ପ୍ରତିଯୋଗୀ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମ ବିଦ୍ୟାଳୟ ସ୍ତରରୁ ଆରମ୍ଭ ହୋଇ ରାଜ୍ୟ ସ୍ତର ପର୍ଯ୍ୟନ୍ତ ସମ୍ପ୍ରସାରିତ, ଏଣୁ ଜିଲ୍ଲା ସ୍ତରରେ କୃତ କାର୍ଯ୍ୟ ତଥା ପ୍ରତେକ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଥିବା ଶିକ୍ଷାର୍ଥୀ ଆସନ୍ତା ତା ୧୩-୧୧-୨୦୨୨ ଠାରୁ ହେଉଥିବା ରାଜ୍ଯ ସ୍ତରୀୟ ଉତ୍ସବ ରେ ଭାଗନେବେ। ଏହି କାର୍ଯ୍ୟକ୍ରମକୁ କୃଷ୍ଣ ଚନ୍ଦ୍ର ଗଜପତି ମହାରଜାଙ୍କ ର ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ Y.ଧର୍ମ ରାଜୁ ମଞ୍ଚ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷିତ୍ରୀ, ଛାତ୍ର ଛାତ୍ରୀ, ବୁଦ୍ଧି ଜିବୀ ଅଭିବାବକ, ଗଣମାଧ୍ୟମ ପ୍ରତିନିଧିମାନେ ଓ କାର୍ଯ୍ୟାଳୟର କର୍ମଚରୀମାନେ ଉପସ୍ଥିତ ଥିଲେ।


