୯୨ ଗ୍ରାମ ବ୍ରାଉନ ସୁଗାର ଜବତ ଯୁବକ ଗିରଫ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶ କ୍ରମେ ନିମାପଡା ଅବକାରୀ ଥାନା ଅଧିକାରିଣୀ ଶ୍ରୀମତୀ ମମତା କୁମାରୀ ଦାସଙ୍କ ନେତୃତ୍ୱରେ ଏକ ଟିମ ନିମାପଡା ଥାନା ଅଧୀନସ୍ଥ କଳାପାଞ୍ଚଣ ଛକଠାରେ ଚଢ଼ାଉକରି ରଞ୍ଜନ କୁମାର ରାଉତ (୨୬) ଙ୍କ ଠାରୁ ୯୨ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହିତ ତାଙ୍କୁ ଗିରଫ କରିଥିଲେ। ଏ ସଂକ୍ରାନ୍ତ ରେ ନିମାପଡା ଅବକାରୀ ଥାନା ରେ ଏକ ମାମଲା ରୁଜୁ ହୋଇଛି।କେସ ନଂ ୬୭/୨୨ । ଅଭିଯୁକ୍ତ ଯୁବକ ଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ସେଠାରେ ତାଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ନିମାପଡା ଉପ-କାରାଗାରକୁ ପଠାଇ ଦିଆଯାଇଛି। ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୯ ଲକ୍ଷ ୨୦ ହଜାର ଟଙ୍କା ହେବ ବୋଲି ଆକଳନ କରାଯାଇଛି।ଏହି ଚଢ଼ାଉରେ ଅବକାରୀ ଏସ ଆଇ ରଙ୍କନିଧି ମଲ୍ଲିକ, ଏ ଏସ ଆଇ ଲୋକନାଥ ପାତ୍ର , କର୍ମଚାରୀ ଆଶିଷ କୁମାର ପ୍ରଧାନ, ତପନ ପ୍ରଧାନ, ଜିତେନ୍ଦ୍ର ବେହେରା,ଶେଖ ୱାରିସ, ଦୀନବନ୍ଧୁ ବାରିକ ପ୍ରମୁଖ ସାମିଲ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ