ଆଜି କାର୍ତ୍ତିକ ପୁନେଇଁ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆଜି କାର୍ତ୍ତିକ ପୁନେଇଁ । ଓଡ଼ିଶାର ଧାର୍ମିକ ପରମ୍ପରାରେ କାର୍ତ୍ତିକ ମାସର ବେଶ୍ ମହତ୍ତ୍ୱ ରହିଛି । ଓଡ଼ିଶା ପରମ୍ପରାରେ ଏହା ଡଙ୍ଗା ଭସାଇବା ଓ ବୋଇତ ବନ୍ଦାଣର ଦିନ । ଅତୀତର ସାଧବ ପୁଅର ବାଲି, ସୁମାତ୍ରା, ଜାଭା, ଶ୍ରୀଲଙ୍କା ଆଦି ଦେଶର ନୌବାଣିଜ୍ୟର ସ୍ମୃତିକୁ ଉଜ୍ଜୀବିତ କରି ରଖିବା ପାଇଁ ଭୁବନେଶ୍ୱର ଭୀମଟାଙ୍ଗିସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ତୃତୀୟ ଶ୍ରେଣୀର ଛାତ୍ର ତଥା କୁନି ଚିତ୍ରଶିଳ୍ପୀ ଶାନ୍ତନୁ ଶାନ୍ତିସ୍ୱରୂପ ଉତ୍କଳୀୟ ନୌବାଣିଜ୍ୟର ସ୍ମୃତିକୁ ରଙ୍ଗ ଓ ତୂଳୀରେ ସାଉଁଟିବାକୁ ପ୍ରୟାସ କରିଛନ୍ତି । ବୋଇତକୁ ସୁନ୍ଦର ଓ ଆକର୍ଷଣୀୟ କରିବା ପାଇଁ ମନଛୁଆଁ ରଙ୍ଗର ସ୍ପର୍ଶ ସେ ଦେଇଛନ୍ତି । ଉତ୍କଳର ଗର୍ବ ଓ ଗୌରବର ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ଏହା ଏକ ପ୍ରୟାସ ବୋଲି ଶାନ୍ତନୁ କହିଛନ୍ତି । ଶାନ୍ତନୁଙ୍କ ଏହି ଉଦ୍ୟମକୁ ବିଭିନ୍ନ ମହଲରେ ସ୍ୱାଗତ କରାଯିବା ସହ ପ୍ରଶଂସା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ