ଆଇନଜିବୀଙ୍କ ବିୟୋଗରେ ଶୋକସଭା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡ଼ା ଜିଲ୍ଲା ଓକିଲ ସଂଘର ସଭ୍ୟ ଦୟାନିଧି ମଲ୍ଲଙ୍କର ୫୮ବର୍ଷ ବୟସରେ ଅକାଳ ବିୟୋଗ ହୋଇଯାଇଛି । ତାଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘର ସଭାପତି ଧ୍ରୁବଚରଣ ଜେନାଙ୍କ ସଭାପତିତ୍ୱରେ ଓକିଲସଂଘ ସଭାଗୃହରେ ଗୁରୁବାର ଏକ ଶୋକସଭା ଅନୁଷ୍ଠିତ ହୋଇ ସ୍ୱର୍ଗତ ମଲ୍ଲଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ସେହି ସଭାରେ ସଂଘର ସଂପାଦକ ଜିତେନ୍ଦ୍ରୀୟ ରାଉତ, ଉପସଭାପତି ହାଡିବନ୍ଧୁ ସିଂହ, ଚୈତନ୍ୟ ମଲ୍ଲିକ, ଧିରେନ ସାହୁ, ବିଭୁପ୍ରସାଦ ସିଂହ, ଆଶିଷ ସେନାପତି, ବିଜୟ ପରିଡା, ଭଗବାନ ମିଶ୍ର, ଗୋକୁଳ ରଞ୍ଜନ ଦାସ, ନୟନ କିଶୋର ବଳ, ନାରାୟଣ ଚନ୍ଦ୍ର ବାରିକ, ସରୋଜରାଜ ସିଂହ, ନିତ୍ୟାନନ୍ଦ ସ୍ୱାଇଁ, ସତ୍ୟପ୍ରିୟ ପରିଡା, ଧନଞ୍ଜୟ ପଣ୍ଡା ପ୍ରମୁଖ ବହୁ ଆଇନଜୀବୀ ଉପସ୍ଥିତ ରହି ସ୍ୱର୍ଗତ ମଲ୍ଲଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋଚନା କରିବା ସହିତ ଶ୍ରଦ୍ଧାସୁମନ ଅର୍ପଣ କରି ତାଙ୍କ ପରିବାରବର୍ଗଙ୍କୁ ସମାବେଦନା ଜ୍ଞାପନ କରିଥିଲେ । ସ୍ୱର୍ଗତ ଦୟାନିଧି ମଲ୍ଲଙ୍କୁ ସମ୍ମାନଜଣାଇ ଆଜି ଗୋଟିଏ ଦିନ ପାଇଁ ଓକିଲମାନେ କୋର୍ଟକାର୍ଯ୍ୟରୁ ନିବୃତ୍ତ ରହିଥଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ