ଅଁଳାଡୁବାରେ ଫିୟାମ ଫାଉଣ୍ଡେସନ୍ ଆନୁକୁଲ୍ୟରେ ସାନିଟାରୀ ଉତ୍ପାଦନ କେନ୍ଦ୍ର ରାଇରଙ୍ଗପୁର ବିଧାୟକଙ୍କ ଦ୍ବାରା ଉଦ୍ଘାଟିତ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ସ୍ବଚ୍ଛତା ପାଇଁ ଭାରତର ଯଶଷ୍ବୀ ପ୍ରଧାନମନ୍ତ୍ରୀ ବହୁ ପଦକ୍ଷେପ ନେଇଛନ୍ତି ।ସରକାରୀ ସ୍ତରରେ ଏବଂ ବେସରକାରୀ ସଂସ୍ଥାକୁ ମଧ୍ୟ ସ୍ବଚ୍ଛତା ତ୍ଵରନୀତତାକୁ ପ୍ରଧାନମନ୍ତ୍ରୀ ପାଇଁ ଅନୁରୋଧ କରିଛନ୍ତି । ମାତୃଶକ୍ତି ହିଁ ଦେଶର ପ୍ରଗତିର ଅନନ୍ୟ ରଥ । ସମାଜର ପ୍ରଗତିରେ ସେମାନଙ୍କର ମୁଖ୍ୟ ଭୂମିକା ରହିଛି । ମାଆ ମାନେ ସ୍ବଛ, ସୁସ୍ଥ ଓ ସୁରକ୍ଷିତ ରହିଲେ ଦେଶ ଆଗକୁ ବଢିବ । ମା,କିଶୋରୀ,ଯୁବତୀ ମାନଙ୍କୁ ପ୍ରକୃତି ଦତ୍ତ କାରଣରୁ ଦୂର କରିବା ପାଇଁ ଓ ସ୍ବଚ୍ଛତା ପାଇଁ ଦିଲ୍ଲିପ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଫିଆମ ଫାଉଣ୍ଡେସନ ତରଫରୁ ଓଡ଼ିଶାର ପ୍ରଥମ କରି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ଅଁଳାଡୁବାରେ ଏକ ସାନିଟାଇଜର ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା ହୋଇଛି । ଏହାକୁ ରାଇରଙ୍ଗପୁର ବିଧାୟକ ଶ୍ରୀ ନବ ଚରଣ ମାଝୀଙ୍କ କର ଅମଳରେ ଶୁଭ ଉଦ୍ଘାଟିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଓଡିଶା ପ୍ରଦେଶ ବିଜେପି ରାଜ୍ୟ ସଂପାଦକ ଶ୍ରୀ ନବୀନ ରାମ,ମନୋଜ ଦାସ,ପ୍ରଦୀପ ରାଉତ ବିକାଶ ମହାନ୍ତ, ଯୋଗେନ୍ଦ୍ର ବେଉରା,ଶିବ ଅଗ୍ରୱାଲ,ସଂଜୟ ସାହୁ,ସରୋଜ ମହାନ୍ତ,ଆଲୋକ ମହାନ୍ତ, ଶଶାଙ୍କ କୁମାର, ଜଗନ୍ନାଥ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।ଅଉତ୍ପାଦନ କେନ୍ଦ୍ରର ମୁଖ୍ୟ ରଂଜିତା ମହାନ୍ତ,ଆରୁଷୀ ଗିରି,କାଜଲ ହେଁ ପ୍ରମୁଖ ଉପସ୍ଥିତ ଥିଲେ ।ବିଧାୟକ ନବ ଚରଣ ମାଝି କହିଥିଲେ ମାତୃଶକ୍ତି ପାଇଁ ପ୍ରଧାନମନ୍ତ୍ରୀଙ୍କ ସ୍ବଛତା ଯୋଜନାରେ ସମସ୍ତଙ୍କୁ ମାଗଣାରେ ସାନିଟାଇଜେସନ ବଣ୍ଟନ ଏକଐତିହାସିକ ଯୋଜନା ।ଏହି ସାନିଟାଇଜେସନ ଉତ୍ପାଦନ କେନ୍ଦ୍ରରୁ ଉତ୍ପାଦିତ ସାନିଟାଇଜେସନ ପେଡ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ସମସ୍ତ ଶିକ୍ଷାନୁଷ୍ଠାନ, ପଞ୍ଚାୟତର ଅଙ୍ଗନବାଡ଼ି କେନ୍ଦ୍ରକୁ ମାଗଣାରେ ବଣ୍ଟନ କରାଯିବ ।ପରେ ଅନ୍ଯ ଅଂଚଳକୁ ବଣ୍ଟନ କରାଯିବ । ଉଦଘାଟନ କାର୍ଯ୍ୟକ୍ରମ ପରେ ସ୍ଥାନୀୟ ବାଦାମୀ ବାଈ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସୁରଥ ପଟନାୟକଙ୍କ ସଭାପତିତ୍ବରେ ଏକ ସ୍ବଛତା ସଭାରେ ମୁଖ୍ୟ ଅତିଥି ବିଧାୟକ ନବ ଚରଣ ମାଝୀ, ବିଜେପି ରାଜ୍ୟ ସଂପାଦକ ନବୀନ ରାମ, କାଉନସିଲର ଆଲୋକ ରଂଜନ ମହାନ୍ତ,ମନୋଜ ମହାନ୍ତ ପ୍ରମୁଖ ସ୍ବଚ୍ଛତା ଉପରେ ଆଲୋକପାତ କରିବା ଛାତ୍ରୀ ଓ ଶିକ୍ଷୟତ୍ରଙ୍କୁ ୮୦ ଟି ସାନିଟାଇଜେସନପେଡ ମାଗଣାରେ ବିତରଣ କରିଥିଲେ ।ମୋଦୀ ସରକାରଙ୍କ ଏହି ଜନାଭିମୁଖୀ କାର୍ଯ୍ୟକ୍ରମକୁ ଶିକ୍ଷୟତ୍ରୀ,ଛାତ୍ରୀ ଓ ଅଭିଭାବକଵୃନ୍ଦ ପ୍ରଶଂସା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ