ଜନଶିକ୍ଷଣ ସଂସ୍ଥା ପକ୍ଷରୁ ବାଉଁଶ ଶିଳ୍ପ ପ୍ରଶିକ୍ଷଣ କେନ୍ଦ୍ର ଉଦ୍ଘାଟିତ
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଞ୍ଜ ଜିଲ୍ଲା ଜନଶିକ୍ଷଣ ସଂସ୍ଥା ପକ୍ଷରୁ ବାଉଁଶ ଶିଳ୍ପ ସମ୍ବନ୍ଧୀୟ ପ୍ରଶିକ୍ଷଣ କେନ୍ଦ୍ର ମୁଖ୍ୟ ଅତିଥି କାଉନସିଲର ଶ୍ରୀ ଅନୁପ ମହାନ୍ତିଙ୍କ କର କମଳରେ ଶୁଭ ଉଦଘାଟିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଜନଶିକ୍ଷଣ କେନ୍ଦ୍ରର ମୁଖ୍ୟ ଇଂ ସବ୍ୟସାଚୀ ସାମଲ ସଭାପତିତ୍ବ କରିଥିଲାବେଳେ ମୁଖ୍ୟବକ୍ତା ଭାବେ କଥାଶିଳ୍ପୀ ଲଳିତ ମହାନ୍ତ , ସମ୍ମାନିତ ଅତିଥି ନିଗମାନନ୍ଦ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଦକ୍ଷତା ପାଇଁ ଅତ୍ୟାଧୁନିକ ପ୍ରଶିକ୍ଷଣ ନିହାତି ଆବଶ୍ୟକ ବୋଲି କହିଥିଲେ । ବାଉଁଶ ଶିଳ୍ପ ପ୍ରଶିକ୍ଷଣ ଆତ୍ମନିର୍ଭରଶୀଳ, ରୋଜଗାର,ଦକ୍ଷତା ବୃଦ୍ଧିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇବ । ସଂସ୍ଥାର ମନୋଜ ବେହେରା ପ୍ରଶିକ୍ଷଣ କେନ୍ଦ୍ରର ଉଦେଶ୍ୟ, ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ ।ଏହି ପ୍ରଶିକ୍ଷଣ କେନ୍ଦ୍ରରେ ଉତ୍ସାହୀ ଯୁବକ/ଯୁବତୀ ତାଲିମ ନେବା ସହ ଆନୁଷଙ୍ଗିକ ସୁବିଧା ହାସଲ ଭାରତ ସରକାରଙ୍କ ଦକ୍ଷତା ବିକାଶ ମନ୍ତ୍ରଣାଳୟ ତରଫରୁ ପାଇଁ ପାରିବେ ବୋଲି ବ୍ଳକ ସଂଯୋଜକ ଯଦୁନାଥ ଟୁଡୁ କହିଥିଲେ ।


