କରଞ୍ଜିଆ ଆରସିଏମଏସ ସଭାପତି ନିର୍ବାଚନ ବିଜେଡି ର ବାଜିମାତ

କରଞ୍ଜିଆ, (ଜିତେନ୍ଦ୍ର ରାଜ):କରଞ୍ଜିଆ ଆଞ୍ଚଳିକ ବାଣିଜ୍ୟ ସମବାୟ ସମିତି ସଭାପତି ନିର୍ବାଚନ ପରେ ଫଳାଫଳ ମଧ୍ୟ୍ୟ ଆଜି ଘୋଷଣା କରାଯାଇଛି । ଗତ ଦୁଇ ତାରିଖରେ ଶାସକ ବିଜେଡି ପ୍ରାର୍ଥୀ ପଞ୍ଚୁ ନାଏକ ଓ କଂଗ୍ରେସ ଦଳ ପକ୍ଷରୁ ପଟେଲ ମହାନ୍ତ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ। ସମବାୟ ନିର୍ବାଚନ ପାଇଁ ବିଜେଡି ଦଳ ଜିଲ୍ଲା ସଂଯୋଜକ ଭାବେ ବରିଷ୍ଠ ସମବାୟବିତ୍ ଗିରିଧାରୀ ପୃଷ୍ଟିଙ୍କୁ ଦାୟିତ୍ଵ ଦେଇଥିଲା । ସ୍ଥାନୀୟ ବିଧାୟିକା ତଥା ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଦଳ ସମବାୟ ନିର୍ବାଚନକୁ ଲଢିଥିଲା । କଂଗେସ ଦଳ ବରିଷ୍ଠ ନେତା ଭୁବନ ବିହାରୀ ସାହୁଙ୍କ ତତ୍ତ୍ଵାବଧାନରେ ନିର୍ବାଚନ ଲଢିଥିଲେ । ତେବେ ଆଜି ନିର୍ବାଚନ ରେ ୧୫ ଜଣ ମତଦାତାଙ୍କ ମଧ୍ୟରୁ ୧୪ ଜଣ ନିଜ ମତ ସାବ୍ୟସ୍ତ କରିଥିଲେ । ବିଜେଡି ପ୍ରାର୍ଥୀ ଶ୍ରୀଯୁକ୍ତ ନାଏକ ୯ ଖଣ୍ଡ ଓ କଂଗ୍ରେସ ପାର୍ଥ ଶ୍ରୀଯୁକ୍ତ ମହାନ୍ତ ୫ ଖଣ୍ଡ ଭୋଟ ପାଇଥିବା ନିର୍ବାଚନ ଅଧିକାରୀ ଜ୍ଞାନରଂଜନ ମହାନ୍ତି ଘୋଷଣା କରିଥିଲେ । ଫଳାଫଳ ଘୋଷଣା ହେବାପରେ ବିଜେଡି ପକ୍ଷରୁ ନିର୍ବାଚନରେ ଗୁରୁ ଦାୟିତ୍ବ ନିର୍ବାହ କରିଥିବା ତଥା ଜିଲ୍ଲା ସଂଯୋଜକ ଦାୟିତ୍ୱରେ ଥିବା ବରିଷ୍ଠ ସମବାୟବିତ୍ ଶ୍ରୀଯୁକ୍ତ ପୃଷ୍ଟି,ନଗର ସଭାପତି ନିତ୍ୟାନନ୍ଦ ଦାସ, ଉପନଗରପାଳ ସ୍ଵରୂପ ପରିଜା, ଏନଏସି ର ୩ ନମ୍ୱର ୱାର୍ଡ କାଉନସିଲର ବିଶ୍ୱଜିତ୍ ଚୌଧୁରୀ, ଯୁବ ସଂଗଠକ ରୋହିତ ପୃଷ୍ଟି,ଜିଲ୍ଲା (ସଦର) ସମ୍ପାଦକ ମହେଶ୍ୱର ନାୟକ,ବିନୋଦ ସାହୁ,ଚନ୍ଦ୍ରମୋହନ ଦାସ,ଚନ୍ଦ୍ରମୋହନ ନାଏକ, ସଂଜୟ ଘଣ୍ଟିଆଳି,ସୁରେନ ଖାଟୁଆ,ରସାନନ୍ଦ ବାରିକ,ଏମ.ଡି ଆସିଫଙ୍କ ସମେତ ଶତାଧିକ କର୍ମୀ ଓ ନେତା ବିଜୟ ଉତ୍ସବ ମନାଇବା ସହିତ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ,ସ୍ଥାନୀୟ ବିଧାୟିକା ତଥା ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀଙ୍କୁ ଶ୍ରୀମତୀ ହେମ୍ବ୍ରମ୍ ଧନ୍ୟବାଦ ଅର୍ପଣ କରିଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ