ନୟାହାଟ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଭିତ୍ତିପ୍ରସ୍ତର ସ୍ଥାପନ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଗୋପ ବ୍ଳକ ନୟାହାଟ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଏକ କଣ୍ଟେନମେଣ୍ଟ ଜୋନ ନିର୍ମାଣ ପାଇଁ କାକଟପୁର ବିଧାୟକ ତଥା କ୍ରୀଡ଼ା,ଯୁବବ୍ୟାପାର, ଗୃହରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତିବେହେରା ନଡ଼ିଆ ବାଡେଇ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ।ଏହି କଣ୍ଟେନମେଣ୍ଟ ଜୋନ ଆଠ ଲକ୍ଷ ଟଙ୍କା ବିନିମୟରେ ହେବ ବୋଲି ମନ୍ତ୍ରୀ କହିଥିଲେ । ଏହା ଦ୍ଵାରା ସ୍ଵାସ୍ଥ୍ୟ କେନ୍ଦ୍ର ର ସମସ୍ତ ବର୍ଜ୍ୟବସ୍ତୁ କୁ ଏଠାରେ ଡିସପୋଜାଲ କରାଯାଇପାରିବ।ଏହି କାର୍ଯ୍ୟକ୍ରମ ରେ ୧୪ ନଂ ଜିଲାପରିସଦ ସଭ୍ୟା ସାଗରିକା ନାୟକ ,ପୂର୍ବତନ ଜିଲା ପରିଷଦ ସଭ୍ୟ ଜ୍ୟୋତିରଞ୍ଜନ ନାୟକ ,ଜଂଗଲବୋରି ପଞ୍ଚାୟତ ସମିତି ସଭ୍ୟ ମିର୍ଚ୍ଛା ତାରିକବେଗ, ଜଂଗଲବୋରି ପଞ୍ଚାୟତ ର ବିଜେଡ଼ି ସଭାପତି କାହ୍ନୁଚରଣ ସାହୁ , ଯୁବ ବିଜେଡ଼ି ମିଡିଆ ସେଲ ଅଧକ୍ଷ ଆଲୋକ କୁମାର ସାହୁ ,ଧୂମାଳ ପଞ୍ଚାୟତ ପୂର୍ବତନ ସଭାପତି ଅଭିମନ୍ୟୁ ସିଂ ,ଧୁମାଳ ପଞ୍ଚାୟତ ସଭାପତି ଆଲୋକ ରାୟ , ଯୁବ ନେତା ଶେଖ ସମସୁଲ,ଗୋପ ବ୍ଲକ କନିଷ୍ଠ ଯନ୍ତ୍ରୀ ସୁଦୀପ ବେଗ୍ରା , ନୟାହାଟ ସ୍ୱାସ୍ଥ୍ୟ କେନ୍ଦ୍ର ର ଡାକ୍ତର ଏବଂ ମେଡିକାଲର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।


