ପୀରଜାହାନିଆଁ ବେଳାଭୁମି ସଫେଇ
ନିମାପଡ଼ା, (ସନ୍ତୋଷ ଦାଶ):ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସର ରେ ପୀରଜାହାନିଆ ଠାରେ ଦୁଇ ଦିନିଆ ବାଲିଯାତ୍ରା ଉତ୍ସବ ସରିବା ପରେ ବେଳାଭୂମି ଓ ମେଳା ପଡିଆ ଅଳିଆ ଆବର୍ଜ୍ଜନା ରେ ପୂର୍ଣ୍ଣ ହୋଇ ପଡ଼ିଥିଲା। ଆଜି କାକଟପୁର ନିର୍ବାଚନ ମଣ୍ଡଳୀ ବିଜେଡ଼ି ପକ୍ଷରୁ ବେଳାଭୂମି ଓ ମେଳା ପଡ଼ିଆ କୁ ସ୍ଵଚ୍ଛ, ସବୁଜ ଓ ସୁନ୍ଦର ରଖିବା ପାଇଁ ବାଲିଯାତ୍ରା ପଡ଼ିଆ ଏବଂ ବେଳାଭୂମି ସଫେଇ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମ ରେ କ୍ରୀଡ଼ା, ଯୁବ ବ୍ୟାପାର ଏବଂ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା,୧ନଂ ଜୋନ ଜିଲ୍ଲାପରିଷଦ ସଭ୍ୟା ସରସ୍ଵତୀ ସ୍ୱାଇଁ,୨ ନଂ ଜୋନ ଜିଲ୍ଲାପରିଷଦ ସଭ୍ୟା ବନିତା ବେହେରା, ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳାଇ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ପଞ୍ଚାନନ ସ୍ୱାଇଁ, ଛୁରିଅନା ପଞ୍ଚାୟତ ସରପଞ୍ଚ, ସମିତିସଭ୍ୟ ଏବଂ ମିଶନ ଶକ୍ତି ମହିଳା ଙ୍କ ସହ ଯୁବ, ଛାତ୍ର କର୍ମୀ ଉପସ୍ଥିତ ରହି ସଫେଇ କାର୍ଯ୍ୟ କରିଥିଲେ। ସମସ୍ତେ ଅଳିଆ ଆବର୍ଜ୍ଜନା କୁ ଏକାଠି କରି ନିଆଁ ଲଗାଇ ପୋଡି ଦେଇଥିଲେ ।


