କେନ୍ଦ୍ରାପଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କଲେ ପୈାରାଧ୍ୟକ୍ଷା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମିତା ପରିଡାଙ୍କ ସଭାପତିତ୍ୱରେ ପୋଷାକ ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ପ୍ରାକ୍ତନ ଛାତ୍ରୀ ତଥା କେନ୍ଦ୍ରାପଡା ପୈାରାଧ୍ୟକ୍ଷା ସରିତା ସାହୁ, ସମ୍ମାନୀତ ଅତିଥି ଭାବେ ବିଦ୍ୟାଳୟର ପ୍ରାକ୍ତନ ଛାତ୍ରୀ ତଥା ପୈାରସଭ୍ୟା ପୁଷ୍ପାଞ୍ଜଳି ବସ୍ତିଆ, ପୂର୍ବତନ ପୈାରସଭ୍ୟ ହିରଣ୍ୟ କୁମାର ପଣ୍ଡା, ସି.ଆର୍‌.ସି.ସି ଦେବାଶିଷ ସାହୁ, ପ୍ରାକ୍ତନ ଛାତ୍ରୀ ଜ୍ୟୋତିର୍ମୟୀ ମହାପାତ୍ର, ସହକାରୀ ଶିକ୍ଷକ ବୀରବର ସେନାପତି, ଏସ୍‌ଏମ୍‌ସି ସଭାପତି ଶୁକଦେବ ଜେନା ପ୍ରମୁଖ ଯୋଗଦେଇଥିଲେ । ଏହି ଉତ୍ସବରେ ୨୦୨୨ ମାଟ୍ରିକ ପରୀକ୍ଷାରେ ସ୍କୁଲର ଟପ୍ପର ହୋଇଥିବା ସୋନମ୍ ପରମିନ୍‌କୁ ପୈାରାଧ୍ୟକ୍ଷା ଶ୍ରୀମତୀ ସାହୁ ସମ୍ବର୍ଦ୍ଧିତ କରିଥିଲେ । ବିଦ୍ୟାଳୟର୨୦୨ ଜଣ ପିଲାଙ୍କୁ ପୋଷାକ ବିତରଣ କରାଯାଇଥିଲା । ଏହି ଅବସରରେ ପୈାରଧ୍ୟକ୍ଷା ନିଜ ପୁରାତନ ବିଦ୍ୟାଳୟର ଭିତ୍ତିଭୂମୀ ପରଖିବା ସହିତ ସେହି ବିଦ୍ୟାଳୟକୁ ପୋଷ୍ୟଭାବେ ଗ୍ରହଣ କଲେ ବୋଲି ଘୋଷଣା କରିଥିଲେ । ସହକାରୀ ଶିକ୍ଷୟିତ୍ରୀ ଶର୍ମିଳା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଓ ଅଭିଭାବକମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ