ବାଲିଯାତ୍ରା ମହୋତ୍ସବର ୪ର୍ଥ ସଂଧ୍ୟା : ବିକାଶ ସାମ୍ମୁଖ୍ୟ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ବାଲିଯାତ୍ରା ମହୋତ୍ସବର ୪ର୍ଥ ସଂଧ୍ୟାରେ କେନ୍ଦ୍ରାପଡା ଜିଲ୍ଲା ବିକାଶ ସାମ୍ମୁଖ୍ୟ ପକ୍ଷରୁ ଜିଲ୍ଲାରେ ବିକାଶର ସ୍ଥିତି ଓ ଅଗ୍ରଗତି ସଂପର୍କରେ ଏକ ଆଲୋଚନା ଚକ୍ର ସଂଗଠନର ଉପସଭାପତି ଶାରଦାକାନ୍ତ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଆଦିକନ୍ଦ ରାଉଳ ସମଗ୍ର ଜିଲ୍ଲା ରାଜ୍ୟର ୨୯ତମ ସ୍ଥାନରେ ସ୍ଥାନୀତ ବିକାଶର ସ୍ଥିତି ବିଶେଷ ଭାବେ ଆଗେଇ ପାରୁନାହିଁ ବୋଲି ମତବ୍ୟକ୍ତ କରିଥିଲେ । ସଂଗଠନର ସଂପାଦକ ଅଧ୍ୟାପକ ଅଜୟ ସାମଲ ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ, ଜଳ ନିଷ୍କାସନ, ମେଡିକାଲ କଲେଜ ପ୍ରତିଷ୍ଠା, ଗୋଦାମ ଘର, ଶୀତଳ ଭଣ୍ଡାର, ଝୋଟ ଚାଷର ପୁନରୁଦ୍ଧାର, ଜଜାଙ୍ଗ ଠାରେ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଏବଂ ବୃହତ୍ ଜଳ ସଂରକ୍ଷଣ, ଅର୍ଥନୈତିକ ଅଭିବୃଦ୍ଧି ପାଇଁ କୃଷିଭିତ୍ତିକ ଶିଳ୍ପ ପ୍ରତିଷ୍ଠା ଆଦି ଯୋଜନା ସଂପର୍କରେ ବିଧିବଦ୍ଧ ନିଷ୍ପତ୍ତି ନିଆଯାଇ କାର୍ଯ୍ୟକାରୀ କରିବା ଉପରେ ଆଲୋକପାତ କରିଥିଲେ । ଜିଲ୍ଲାରେ ସ୍ଥାନାନ୍ତରିତ ହୋଇ ଶ୍ୟାମଗୁଡିଆଠାରେ ପ୍ରତିଷ୍ଠିତ ଜିଲ୍ଲାସ୍ତରୀୟ ମେଡିକାଲକୁ ସଠିକ୍ ଭାବେ କାର୍ଯ୍ୟକାରୀ କରାଯିବାକୁ ପରାମର୍ଶ ଦିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ରମଣୀରଞ୍ଜନ ରାଉତରାୟ, ଭାଗିରଥି ଜେନା, ଅମୀୟ ନାୟକ, ବୈଷ୍ଣବ ସ୍ୱାଇଁ, ଶ୍ରୀନିବାସ ପରିଡା, କରୁଣାକର ଦାସ, ନିରଞ୍ଜନ ମେକାପ, ବଳରାମ ସାହୁ, ବାଲିଯାତ୍ରା ମହୋତ୍ସବର ସଭାପତି ପ୍ରଦୀପ ଦାଶ, କୋଷାଧ୍ୟକ୍ଷ ମନୋରଞ୍ଜନ ତ୍ରିପାଠୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଗୋକୁଳ ଚନ୍ଦ୍ର ସଂଗୀତ ସଦନ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶେଷରେ ଶୈଳଜା ଶଙ୍କର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ