ଲଙ୍ଗଳେଶ୍ବର ନିକଟରେ ଡିଭାଇଡର କୁ ଧକ୍କା ଦେଇ ଓଲଟିଲା ଶୁଖୁଆ ବୋଝେଇ ମିନିଟ୍ରକ,୮ ଆହତ, ୬ ଗୁରୁତର
ଖଲ୍ଲିକୋଟ, (ରାଜୀବ ଚନ୍ଦ୍ର ଖାଡଙ୍ଗା):ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଲଙ୍ଗଳେଶ୍ବର ନିକଟରେ ଆଜି ଭୋର ସମୟରେ ଘଟିଛି ଦୁର୍ଘଟଣା ।ଜାତୀୟ ରାଜପଥ ର ଡିଭାଇଡରକୁ ଧକ୍କା ଦେଇ ଓଲଟିଲା ଶୁଖୁଆ ବୋଝେଇ ମିନିଟ୍ରକ ୮ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି। ପୁରୀ ପେଣ୍ଠକଟା ଅଞ୍ଚଳର ୭ ଜଣ ମହିଳା ଶୁଖୁଆ ବ୍ୟବସାୟୀ ଶୁଖୁଆ ନେଇ ହୁମ୍ମା ହାଟକୁ ଏକ ଅଶୋକ ଲେଇଲେଣ୍ତ ମିନିଟ୍ରକ ନମ୍ବର OD 07 F 6573 ଯୋଗେ ଆସୁଥିବା ବେଳେ ଆଜି ଭୋର ୫ଟା ସମୟରେ ହଠାତ ୧୬ ନମ୍ବର ଜାତୀୟ ରାଜପଥର ଲଙ୍ଗଳେଶ୍ବର ନିକଟରେ ମିନିଟ୍ରକ ଟି ଭାରସାମ୍ୟ ହରାଇ ଡିଭାଇଡରକୁ ଶକ୍ତ ଧକ୍କା ଦେଇ ରାସ୍ତା ଉପରେ ଓଲଟି ପଡ଼ିଥିଲା । ଯାହା ଫଳରେ ଗାଡ଼ି ଭିତରେ ଥିବା ୮ଜଣ ମହିଳାଙ୍କ ମଧ୍ୟରୁ ୬ ଜଣ ଗୁରୁତର ଆହତ ହୋଇଥିଲେ । ଖବର ପାଇ ଭେଜିପୁଟ ଫାଣ୍ତି ପୋଲିସ, ଅଗ୍ନିଶମ ବାହିନୀ ଗାଡ଼ି ପହଂଚି ସ୍ଥାନୀୟ ଲୋକଙ୍କ ସହାୟତାରେ ୬ ଗୁରୁତର ମହିଳାଙ୍କୁ ଚିକିତ୍ସା ପାଇଁ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆସିଥିଲେ । କିନ୍ତୁ ଏଠାରେ ୪ ଜଣ ସି. ଗୁଡଲି, ଆର କାସିଆମ୍ମା, ଜି.ଯୋଗଲାମ୍ମା ଓ ୟାନା ସମ୍ପତିଙ୍କ ସ୍ବାସ୍ଥ୍ୟବସ୍ତା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିବା ବେଳେ ବର୍ତ୍ତମାନ ଅନ୍ୟ ଦୁଇ ଜଣ ମହିଳା ସେଟ୍ରାମ୍ମା ଓ ସେତପତି ମେଡ଼ିକାଲରେ ଚିକିତ୍ସାଧିନ ଅଛନ୍ତି । ଏହି ଦୁର୍ଘଟଣାରେ ଜଣେ ଶିଶୁ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଅନ୍ୟପଟେ ଡ୍ରାଇଭର ବାସପଲ୍ଲି ପ୍ରସାଦ ଓ ଜଣେ ମହିଳା ସୁରକ୍ଷିତ ଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଥିବା ଦେଖିବାକୁ ମିଳିଥିବା ।